logo

ଦୁଇ ଦଳିତ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ବଞ୍ଚିତ l

ଅନୁଗୋଳ ( କରୁଣାକର ନାୟକ )୫/୯ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅନ୍ତର୍ଗତ ଅମାସମା ଗ୍ରାମର ଦୁଇଟି ଦଳିତ ପରିବାର ସ୍ବାମୀ ହରା ସୁକାନ୍ତି ବେହେରା, ବିଳାସ ଭୋଇ ସରକାରଙ୍କ ଗୃହ ଯୋଜନାରେ ମିଳୁଥିବା ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ ବିଜୁ ପକ୍କାଘର, କିମ୍ୱା ଅନ୍ତଦ୍ବୟ ଗୃହ ଯୋଜନାରେ ଗୃହ ଟିଏ ପାଇବାରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି l ସୂଚନା ନେବାରେ ଜଣାଯାଏ କି ଉକ୍ତ ବ୍ୟକ୍ତି ଙ୍କ ନାମେ ଘର ପାଇବାକୁ ସରକାର୍ ଙ୍କ ଲିଷ୍ଟ ରେ ନାମ ଥିବା ବେଳେ ପଞ୍ଚାୟତ ର ରାଜନୈତିକ ଦଳର କର୍ମୀ ଓ ବ୍ଲକ ର ଅସାଧୁ କର୍ମଚାରୀଙ୍କ ମଧୁ ଚନ୍ଦ୍ରିକା ରେ ଯୋଗ୍ୟ ବିବେଚିତ ହିତାଧିକାରୀ ଙ୍କ ଘର କୁ କାଟି ଅନ୍ୟକୁ ଘର ପ୍ରଦାନ କରୁଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି l ବର୍ତମାନ ବାସହରା ପରିବାରକୁ ରହିବାକୁ ବହୁତ୍ ଅସୁବିଧା ଦେଖା ଦେଇଛି l ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରି ବାସହରା ଦୁଇ ପରିବାର କୁ ଅନ୍ତଦ୍ୱୟ ଯୋଜନାରେ ଗୃହ ଟିଏ ଯୋଗାଇଦେବାକୁ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି l

241
5988 views