logo

ଡକ୍ଟର ଚିଦାନନ୍ଦ ଦେହୁରୀ ପାଇଲେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଅନୁଗୋଳ (କରୁଣାକର ନାୟକ) ୫/୯ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଳକଷୋଳ ପଦା ଅଞ୍ଚଳ
ଠାକୁରଗଡ଼ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଡକ୍ଟର ଚିଦାନନ୍ଦ ଦେହୁରୀ ୨୦୨୪ ଶିକ୍ଷା ବର୍ଷ ସଂସ୍କୃତ କ୍ଷେତ୍ରରେ ପାରଦର୍ଶିତା ନିମନ୍ତେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ଥିବାରୁ ପବିତ୍ର ଗୁରୁ ଦିବସ ଅବସରରେ ତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଅଛି l ସେ ଜଣେ କର୍ତ୍ତବ୍ୟନିଷ୍ଠ ଏବଂ ଛାତ୍ରବତ୍ସଳ ଶିକ୍ଷକ ଭାବରେ ଖୁବ୍ ପରିଚିତ l ଏହା ସହ ସେ ଏକାଧାରରେ ସୁସଂଗଠକ, କବି, ପ୍ରାବନ୍ଧିକ ଏବଂ ଗୀତିକାର ଭାବରେ ବେଶ୍ ଜଣାଶୁଣା l ତାଙ୍କ ରଚିତ ପୁସ୍ତକ ମଧ୍ୟରେ " ଏଇ ଭାରତରେ ଆମେରେ ରଜା" " ରଫ୍ ଖାତା" " ସୀତାଙ୍କ ବନ ଗମନ" ଆଦି ବେଶ୍ ଲୋକପ୍ରିୟତା ହାସଲ କରି ପାରିଛି l ଡ଼ଃ ଦେହୁରୀଙ୍କ ସଫଳତା ପାଇଁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି l

60
1201 views