logo

ବେଦ ପାଠଶାଳା ଦ୍ବାରା ଗୁରୁ ଦିବସ ପାଳିତ

ଖୋର୍ଦ୍ଧା,୦୫/୦୯/୨୦୨୫ : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ଦ୍ବାରା ଗୁରୁ ଦିବସ ପାଳନ କରାଯାଇଅଛି । ଏହି ପରିପ୍ରେକ୍ଷୀରେ ପ୍ରଧାନ ଆଚାର୍ଯ୍ୟ ଡଃ କୃପାସିନ୍ଧୁ ପଣ୍ଡା ବୈଦିକ ଗୁରୁକୁଳରେ କିଭଳି ବିଦ୍ୟାର୍ଥୀ ସ଼ଂସ୍କାରିତ ହୋଇ ଆଧ୍ୟାତ୍ମିକ ଓ ଆଧୁନିକ ବିଦ୍ୟା ଅଧ୍ୟୟନ କରି ଜ୍ଞାନ ବିଜ୍ଞାନ ଦ୍ବାରା ଆତ୍ମିକ ଭୌତିକ ଓ ସାମାଜିକ ବିକାଶରେ ଅଗ୍ରଣୀ ହୋଇପାରିବ ବୋଲି ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ ଏବଂ ପଣ୍ଡିତ ତପନ କୁମାର ମହାପାତ୍ର, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ବସନ୍ତ କୁମାର ପଣ୍ଡା଼, ପଣ୍ଡିତ ସୀତାକାନ୍ତ ଦାଶ ଓ ବିଦ୍ୟାର୍ଥୀମାନଙ୍କ ଦ୍ବାରା "କିମୁପବିଶେତ୍ ଆଶ୍ରମେ" ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

41
1257 views