logo

ତାତାରିଣୀ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ୟୁନିଟ -୨ (ମହିଳା ବିଭାଗର) ନୂଆ ସ୍ଵେଚ୍ଛାସେବୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠତ।

ଗଞ୍ଜାମ ଜିଲ୍ଲା -ପୁରୁଷୋତ୍ତମପୁର : ତା -୦୪/୦୯/୨୫ ରିଖ ରେ ପୁରୁଷୋତ୍ତମପୁର ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟର ଏନ୍ ଏସ ଏସ ୟୁନିଟ–୨ ମହିଳା ବିଭାଗ ର ସଂଜୋଜିକା ସୁଶ୍ରୀ ସ୍ୱାଗତିକା ଦାଶ ତତ୍ତ୍ଵାବଧାନରେ ଆଜି ଏକ ପ୍ରବେଶ ଉତ୍ସବ ଆୟୋଜନ ହୋଇଯାଇଛି।ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁରେନ୍ଦ୍ର ନାଥ ପଣ୍ଡା ଉଦ୍ଘାଟନ କରିବା ସହ ସଭାପତିତ୍ବ କରିଥିଲେ।ଏହି କାର୍ଯ୍ୟକ୍ରମରେ ନୂଆ ଏନ୍ ଏସ ଏସ ସେବିକାମାନଙ୍କୁ ସଂଗଠନର ଉଦ୍ଦେଶ୍ୟ, କାର୍ଯ୍ୟପ୍ରଣାଳୀ, ଏବଂ ସମାଜସେବାର ଗୁରୁତ୍ୱ ସମ୍ବନ୍ଧରେ ସେ ନିଜ ଅଭିଭାଷଣରେ କହିଥିଲେ – “ଏନ୍ ଏସ ଏସ ହେଉଛି ଯୁବ ସମାଜର ପାଇଁ ସମାଜସେବାର ଏକ ପବିତ୍ର ମଞ୍ଚ। ଏହାର ମାଧ୍ୟମରେ ଯୁବ ସେବିକାମାନେ ସମାଜରେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବା ସହିତ ନିଜ ଚରିତ୍ର ଓ ବ୍ୟକ୍ତିତ୍ୱ ଗଢ଼ିବାରେ ସମର୍ଥ ହୋଇଥାନ୍ତି।
ଏନ୍ ଏସ ଏସ ର ସଂଜୋଜିକା ସୁଶ୍ରୀ ସ୍ୱାଗତିକା ଦାଶ “Not Me But You” ମୁଁ ନୁହେଁ ,ଆପଣ ବି ମନ୍ତ୍ରର ମାନବିକ ମୂଲ୍ୟବୋଧ ବିଷୟରେ ବିସ୍ତାରିତ ଆଲୋଚନା କଲେ। ସେ କହିଥିଲେ ଯେ, ସମାଜରେ ସେବାଭାବୀ ମନୋଭାବ, ସଚେତନତା ଓ ସ୍ୱାଧିନ ଚିନ୍ତାଧାରା ସେବିକାଙ୍କର ପ୍ରମୁଖ ପରିଚୟ।

ସମ୍ମାନିତ ଅତିଥି ଶ୍ରୀ ସଦାଶିବ ପଣ୍ଡା ପୂର୍ବତନ ଏନ୍ ଏସ ଏସ ସେବିକାମାନଙ୍କର ଅଭିଜ୍ଞତା ସେମାନେ କିପରି ଯୋଗଦେଇ ଗ୍ରାମ ଉନ୍ନତି, ପରିବେଶ ସୁରକ୍ଷା, ଶିକ୍ଷା ସଚେତନତା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ମୁହିମାରେ ସକ୍ରିୟ ହୋଇଥିଲେ, ସେଥିରେ ଆଲୋକପାତ କରିଥିଲେ। ସେମାନଙ୍କ କଥା ନୂଆ ସେବିକାଙ୍କୁ ପ୍ରେରଣା ଦେଇଥିଲା।
ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡକ୍ଟର ରମେଶ ଚନ୍ଦ୍ର ସେନାପତି
କାର୍ଯ୍ୟକ୍ରମରେ ଯୋଗଦେଇ ସମାଜ ଗଠନରେ ସେବିକାମାନେ ଯୋଗଦେଇ କିପରି ସଙ୍କଳ୍ପବଦ୍ଧ ହେବେ ସେମାନଙ୍କୁ ସମାଜ ସେବାରେ ସଦା ସକ୍ରିୟ ଓ ପ୍ରତିବଦ୍ଧ ରହିବା ପାଇଁ ପ୍ରେରିତ କରିଥିଲେ।।
ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣି ପାତ୍ର ଯୋଗଦେଇ ଜାତୀୟ ସେବା ଯୋଜନା ରେ କିପରି ପରିବେଶ କୁ ସୁରକ୍ଷା ରଖାଯିବ,ଛାତ୍ରୀମାନେ ସୁସ୍ଥ ସମାଜ ଗଠନ କରିବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସାମିଲ ହେଇ କିପରି ସଫଳ ହେବ ଆଲୋଚନା କରିଥିଲା।
ପରିଶେଷରେ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସମାପ୍ତ ହେଉଥିବାରୁ ତାଙ୍କୁ ଜାତୀୟ ସେବା ଯୋଜନା ପରିବାର ତରଫରୁ ଡଃ ପଣ୍ଡାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ଦୀର୍ଘ ୨୦ ବର୍ଷ ନିଜର ସେବାପ୍ରଦାନ କରିଥିବା ଯୁକ୍ତଦୁଇ ଡି ଇ ଓ ଶ୍ରୀ ନୀଳାଚଳ ଦାଶଙ୍କୁ ଜୀବନ ବ୍ୟାପି ସେବା ପାଇଁ ସମ୍ବର୍ଦ୍ଧନା କରାଯାଇଥିଲା ।ଏଥିରେ ମହାବିଦ୍ୟାଳୟର ଅଧ୍ୟାପିକା ଡଃ ଶ୍ରାବଣୀ ଖଟାଇ,ମିନାକ୍ଷୀ ଦାଶ ଯୋଗଦେଇଥିବା ବେଳେ ଅଧ୍ୟାପକ ସମୀର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

15
327 views