logo

ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା।


ଗୁଣିଗାରେଡ଼ି ସନ୍ଦେହରେ‌ ପୁଣି ଏକ ହତ୍ୟ
ଲାଞ୍ଜିଗଡ଼ : ମାସକ ମଧ୍ୟରେ ଗୁଣିଗାରେଡ଼ି ସନ୍ଦେହରେ‌ ଘଟିଛି ତିନୋଟି ହତ୍ୟାକାଣ୍ଡ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଥାନା ଅଞ୍ଚଳରେ ଘଟିଥିବା ଏସବୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ବିଶ୍ଵନାଥପୁର ପୁଲିସ। ପୂର୍ବରୁ ଲାଞ୍ଜି ପଞ୍ଚାୟତ କାଣ୍ଡାମା ଓ ବେଡ଼ାଗାଁ ପଞ୍ଚାୟତ ମନସ୍ତରା ପରେ ଗତକାଲି କୁମଖାଲ ପଞ୍ଚାୟତ ଅନ୍ତର୍ଗତ ମେରାଙ୍ଗପଦର ଗାଁରେ ଗୁଣିଗାରେଡ଼ି ସନ୍ଦେହରେ‌ ଘଟିଥିବା ହତ୍ୟାକାଣ୍ଡରେ ମଧ୍ୟ ପୁଲିସକୁ ସଫଳତା ମିଳିଛି। ଏହି ଘଟଣାରେ ପୁଲିସ ଶବ ଜବତ କରି ତଦନ୍ତ କରିବା ପରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ ଆଜି ସନ୍ଧ୍ୟାରେ ବିଶ୍ୱନାଥପୁର ଥାନା ପରିସରରେ କଳାହାଣ୍ଡି ପୁଲିସ ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ତାଙ୍କ ସହିତ କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ସମ୍ୱିତ କୁମାର ମାଝୀ, ବିଶ୍ଵନାଥପୁର ଥାନାଧିକାରୀ ତୁଳସୀରାମ ଶବର ପ୍ରମୁଖ ଉପସ୍ଥିତ ଥିଲେ।

1
0 views