ଦାମନଯୋଡ଼ିରେ ଶ୍ରୀ ବାମନ ଜନ୍ମ
ଦାମନଯୋଡ଼ି,୦୪/0୯; ପବିତ୍ର ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଦାମନଯୋଡ଼ିର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ବାମନ ଜନ୍ମ ନୀତି ପାଳିତ ହୋଇଯାଇଛି।ସକାଳ ନୀତିକାନ୍ତି ପରେ ମନ୍ଦିର ପରିସରରେ ଥିବା ଶ୍ରୀ ବାମନଙ୍କର ସ୍ଵତନ୍ତ୍ର ପୂଜା,ଜନ୍ମ ନୀତି ଓ ହୋମ ଅନୁଷ୍ଠିତ ହୋଇଥିଲା। ପୂଜକ ଅମିୟ କୁମାର ସାମନ୍ତରାୟ,ଅଜୟ କୁମାର ପଣ୍ଡା ଓ ବିଜୟ କୁମାର ପଣ୍ଡା ବିଭିନ୍ନ ପୂଜା ନୀତି ସମ୍ପନ୍ନ କରିଥିଲେ।ପ୍ରକାଶ ଚନ୍ଦ୍ର ଦାଶ ପୂଜାରେ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ।ଆଜି ମଧ୍ୟ ଆଷାଢ଼ ଶୁକ୍ଳ ଦ୍ୱାଦଶୀରେ ଶୟନ କରିଥିବା ଶ୍ରୀ ଗରୁଡ଼ଙ୍କ ପାର୍ଶ୍ଵ ପରିବର୍ତ୍ତନ ପୂଜାନୀତି ଅନୁଷ୍ଠିତ ହୋଇଥିଲା।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ,ଉପସଭାପତି ତଥା ମୁଖ୍ୟ ମହାପ୍ରବନ୍ଧକ ବିଛନ୍ଦ ଚରଣ ଦାଶଙ୍କ ସହିତ ସମ୍ପାଦକ କୈଳାସ ସେନାପତି,ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀଙ୍କ ସହିତ ଶିଶିର କୁମାର ପରିଡ଼ା,ଖଦାଳ ନାୟକ,ଆର ଏନ ମୁଦୁଲି,କାର୍ତ୍ତିକ ଚନ୍ଦ୍ର ସିଦୁ, ସିନ୍ଥିଲ କୁମାର ଓ ସଞ୍ଜୟ ନାୟକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।