logo

ଭିର୍ଣ୍ଣ ଏକ ମଣିଷ ପ୍ରମୋଦ ତ୍ରିପାଠୀ (ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ଉଦେଶ୍ୟରେ )

ଖୋର୍ଦ୍ଧା,୩/୯/୨୫ :ଖୋର୍ଦ୍ଧା ଜ଼ିଲ୍ଲା ରାମେଶ୍ବର ନିଜସ୍ୱ ଗ୍ରାମରେ ସ୍ଵର୍ଗତ ପ୍ରମୋଦ କୁମାର ତ୍ରିପାଠୀ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଆୟୋଜିତ ହୋଇଯାଇଛି। ଅଂଚଳର ଯୁବ ସମାଜସେବୀ ସୁଭମ ଦାଶ ସଭାପତିତ୍ବରେ ଅନୁଷ୍ଠିତ ସ୍ମୃତି ସଭାରେ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଆଲ ଓଡ଼ିଶା ରିପୋର୍ଟର ଆସୋସିଏସନ୍ ର ସଭାପତି ଦୀପକ କୁମାର ପ୍ରଧାନ , ନିରାକାରପୁର ଗୋପବନ୍ଧୁ ସମାଜ ସେବା ର ସଭାପତି ପ୍ରସାଦ ଦାସ, ସମାଜସେବୀ ସଦାନନ୍ଦ ମଙ୍ଗରାଜ,ପୂର୍ବତନ ମଣ୍ଡଳ ସଭାପତି ସନାତନ ବାରିକ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କ ଆନୁଗତ ଭାଗିରଥି ସାମନ୍ତରାୟ, ଶିକ୍ଷାବିତ କିଶୋର କୁମାର ଦାଶ ଉପସ୍ଥିତ ରହି ପ୍ରlରମ୍ଭରେ ପ୍ରଦିପ ପ୍ରଜ୍ୱଳନ କରିବା ସହ ସ୍ୱର୍ଗତ ପ୍ରମୋଦ କୁମାର ତ୍ରିପାଠୀ ଜୀବନୀ ଉପରେ ଏକ ଆଲୋକପାତ କରିଥିଲେ।ଭାଇନା ଜଣେ ଏଭଳି ବ୍ୟକ୍ତିତ୍ବ ଥିଲେ ଅଞ୍ଚଳରେ ସମସ୍ତେ ତାଙ୍କର ପ୍ରିୟଭାଜନ ଥିଲେ। ତାଙ୍କ ଉଦ୍ଦେଶ୍ୟରେ ପ୍ରମୋଦ ତ୍ରିପାଠୀ ସ୍ମୃତି ସାଂସଦ ଗଠନ କରାଯାଇ ରାମେଶ୍ବର ଗ୍ରାମରେ ପ୍ରତେକ ଖୁଣ୍ଟରେ ନାମଫଳକ ସହ ଲାଇଟ୍ ଲଗାଯିବ ବୋଲି ସଭାପତି ସଂକଳ୍ପ କରି ବକ୍ତବ୍ୟ ରଖିଥିଲେ l ମଞ୍ଚ ପରିଚାଳନା କରିଥିଲେ ଶିକ୍ଷାବିତ ଇଶ୍ଵର ଚନ୍ଦ୍ର ଜେନା l ସଭାରେ ଅଞ୍ଚଳର ତାଙ୍କ ପ୍ରିୟଭାଜନ ସହ ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

168
3607 views