logo

ମିଳୁନି ସାର ଚାଷୀ ହତାଶ।


ମିଳୁନି ସାର: ଚିନ୍ତାରେ ଚାଷୀ। କୁମ୍ଭକର୍ଣ୍ଣ ନିଦ୍ରାରେ କୃଷି ବିଭାଗ।
ପୁରୀ ,ପୁରୀ ଜିଲ୍ଲା ରେ ଧାନ ପନିପରିବା ଚାଷ ରେ ବଳଙ୍ଗା ଅଞ୍ଚଳ ପ୍ରମୁଖ ସ୍ଥାନ ଅଧିକାର କରିଛି। ଯେକୌଣସି ଚାଷ ରେ ସାର ର ଆବଶ୍ୟକତା ରହିଛି। ବିଶେଷ ଭାବରେ ଖରିଫ୍ ଧାନ ଚାଷ ସମୟ ରେ ସାର ର ଚାହିଦା ଅଧିକ ହୋଇଥାଏ। ପ୍ରାୟତଃ ପ୍ରତିବର୍ଷ ଖରିଫ୍ ଧାନ ଚାଷ ସମୟରେ ଏହି ସମସ୍ୟା ଦେଖାଦେଉଛି। ବର୍ତମାନ ଚାଷୀ ଅଧିକ ଆବଶ୍ୟକ କରୁଛନ୍ତି ଡିଏପି ଓ ଗ୍ରୋମୋର ସାର। ବର୍ଷସାରା ପ୍ରଚୁର ପରିମାଣରେ ସାର ମିଳୁଥିବା ବେଳେ ଠିକ୍ ଏହି ସମୟକୁ ଉଭାନ ହୋଇଯାଉଛି।କ୍ୟୁଣ୍ଟାଲ ପ୍ରତି ଅଧିକ ଦରରେ ବିକ୍ରୀ ହେଉଛି। ତତ୍ ସହିତ ଅନେକ ବ୍ୟବସାୟୀ ଆବଶ୍ୟକ ତା ଥାଉ ବା ନଥାଉ ସାର ସହିତ ଅଣୁସାର ନେବାକୁ ବାଧ୍ୟ କରୁଛନ୍ତି। ପୂର୍ବରୁ ସେବା ସମବାୟ ସମିତି ମାଧ୍ୟମରେ ଚାଷୀ ଙ୍କୁ ସାର ଯୋଗାଇ ଦିଆଯାଉଥିଲା। ଯାହାକି ଦୀର୍ଘ ବର୍ଷ ହେବ ବନ୍ଦ ରହିଛି।ଗୋଦାମ ଘର ନଥିବା, ବଜାର ଦର ସହିତ ସମତୁଲ ହେଉ ନଥିବା, ବିକ୍ରି ନହୋଇ ସମିତି କ୍ଷତିଗ୍ରସ୍ତ ହେଉଥିବା ଅନେକ ସମିତି ସମ୍ପାଦକ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଥିବା ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ସ୍ଵୀକୃତି ଓ ଅଣସ୍ଵିକୃତ ସାର ବ୍ୟବସାୟୀ ଙ୍କ ଉପରେ ଚାଷୀ ସାର ନିମନ୍ତେ ସମ୍ପୃର୍ଣ୍ଣ ନିର୍ଭରଶୀଳ ହୋଇ ପଡିଛନ୍ତି। ଅଧିକ ଦର ଥିବାରୁ ଅନେକ ଚାଷୀ ଆବଶ୍ୟକ ମୁତାବକ ସାର ପ୍ରୟୋଗ କରି ନପାରିବାରୁ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ଜିଲ୍ଲା କୃଷି ବିଭାଗ ସେଭଳି ଆଖି ଦୃଶୀୟା ପଦକ୍ଷେପ ଗ୍ରହଣ କରୁନଥିବାରୁ ଚାଷୀ ମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ଜରୁରୀ ହୋଇ ପଡିଛି। ଜିଲ୍ଲା ପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ନବକିଶୋର ମାଲିକ, ବାଞ୍ଛାନିଧି ସାହୁ, ପ୍ରଫୁଲ୍ଲ ନାୟକ, ପ୍ରଭୃତି ଅନେକ ଚାଷୀ ଦାବି କରିଛନ୍ତି।

1
0 views