logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଉତ୍ତରପ୍ରଦେଶ ଆଉଟୁସୋସିଂ କର୍ମଚାରୀଙ୍କ ପାଇଁ ଖୁସି ଖବର ଓଡିଶା ପାଇଁ କେବେ ?

ଉତ୍ତର ପ୍ରଦେଶ ମନ୍ତ୍ରିମଣ୍ଡଳ ମଙ୍ଗଳବାର ବିଭିନ୍ନ ବିଭାଗ ଓ ସଂସ୍ଥାରେ ଆଉଟସୋର୍ସିଂ କର୍ମଚାରୀଙ୍କୁ ୧୬,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କା ମାସିକ ଦରମା ଦେବାକୁ ମଞ୍ଜୁରୀ ପ୍ରଦାନ କରିଛି। ଏଥିରେ ଆଉଟସୋର୍ସିଂ କର୍ମଚାରୀଙ୍କ ସେବା ସର୍ତ୍ତରେ ସୁଧାର ଓ ଏମିତି ନିଯୁକ୍ତି ଗୁଡ଼ିକରେ ସଂରକ୍ଷଣ ବଢାଇବାକୁ ମଧ୍ୟ ଅନୁମୋଦନ ଦିଆ ଯାଇଛି।

ପ୍ରକୃତକଥା ହେଲା, ସରକାରୀ ବିଭାଗ ଓ ସଂସ୍ଥା ପାଇଁ ଆଉଟସୋର୍ସିଂ କର୍ମଚାରୀଙ୍କ ସେବାର ପ୍ରବନ୍ଧନ ଉତ୍ତର ପ୍ରଦେଶ ଆଉଟସୋର୍ସି ସେବା ନିଗମର ମାଧ୍ୟମରେ କରାଯାଏ, ଯେଉଁ କମ୍ପାନୀ ଅଧିନିୟମ-୨୦୧୩ ର ଅନୁଚ୍ଛେଦ-୮ ଅନୁସାରେ ଗଠିତ ଏକ ଅଣ-ଆର୍ଥିକ ଓ ଅଣ –ଲାଭକାରୀ ସାର୍ବଜନିକ କମ୍ପାନୀ।

ରାଜ୍ୟର ଅର୍ଥ ମନ୍ତ୍ରୀ ସୁରେଶ କୁମାର ଖାନ୍ନା , ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍‌ ବୈଠକରେ ନିଆଯାଇ ଥିବା ନିଷ୍ପତ୍ତିର ସୂଚନା ଦେଇ ମିଡ଼ିଆକୁ କହିଛନ୍ତି ଯେ, ଆଉଟସୋର୍ସିଂ କର୍ମଚାରୀଙ୍କ ସେବା ସର୍ତ୍ତରେ ସୁଧାର ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ସେ କହିଛନ୍ତି ଯେ, ନିଗମ ସରକାରୀ ଇ-ମାର୍କେଟପ୍ଲେସ୍‌ (GeM) ପୋର୍ଟାଲର ମାଧ୍ୟମରେ ସେବା ପ୍ରଦାନକାରୀଙ୍କୁ ଚୟନ କରିବ। ଆଉଟସୋର୍ସ କର୍ମଚାରୀଙ୍କୁ ପ୍ରତି ମାସରେ ୨୬ଟି କାର୍ଯ୍ୟ ଦିବସ ପାଇଁ ନିଯୁକ୍ତି କରାଯିବ। ତାଙ୍କୁ ପ୍ରତ୍ୟେକ ମାସର ପ୍ରଥମ ଓ ୫ ତାରିଖ ମଧ୍ୟରେ ଦରମା ମିଳିବ ଏବଂ ତାଙ୍କର ନିଯୁକ୍ତି ଅବଧି ୩ ବର୍ଷ ପାଇଁ ହେବ।

ଖାନ୍ନା କହିଛନ୍ତି ଯେ, ସେବା ବେଳେ କୌଣସି କର୍ମଚାରୀଙ୍କ ମୃତ୍ୟୁରେ ଅନ୍ତିମସଂସ୍କାର ପାଇଁ ୧୫,୦୦୦ଟଙ୍କା ଦିଆ ଯିବ। ସେ ଆହୁରି କହିଛନ୍ତି ଯେ, ଆଉଟସୋର୍ସିଂ ଆଧାରିତ ନିଯୁକ୍ତି ଗୁଡ଼ିକରେ ଅନୁସୂଚିତ ଜାତି / ଅନୁସୂଚିତ ଜନଜାତି , ଅନ୍ୟ ପଛୁଆ ବର୍ଗ , ପୂର୍ବତନ ସୈନିକ ,ସ୍ୱାଧୀନତା ସଂଗ୍ରାମୀଙ୍କ ଆଶ୍ରିତ, ଦିବ୍ୟାଙ୍ଗଜନ ଓ ମହିଳାଙ୍କ ପାଇଁ ସଂରକ୍ଷଣ ଲାଗୁ ହେବ।

ସୁରେଶ ଖାନ୍ନା କହିଛନ୍ତି , ଏବେସୁଦ୍ଧା , ଦରମା ବା ବେତନ ଭାବେ ଦିଆଯାଉ ଥିବା ରାଶି ସେବାପ୍ରଦାନକାରୀଙ୍କ ଆକାଉଣ୍ଟରେ ଜମା କରାଯାଉ ଥିଲା। ଯେଉଁଥି ପାଇଁ କର୍ମଚାରୀଙ୍କୁ ପୂରା ଦରମା ମିଳୁ ନଥିବା ଅଭିଯୋଗ ଆସୁଥିଲା। ସେ ଆହୁରି କହିଛନ୍ତି, ସରକାରଙ୍କ ଉଦ୍ଦେଶ୍ୟ ଏହା ସୁନିଶ୍ଚିତ କରିବା ଯେ, ଆଉଟସୋର୍ସ କର୍ମଚାରୀଙ୍କୁ ସମ୍ମାନଜନକ ଦରମା , ଭଲ ସେବା ସର୍ତ୍ତ ଓ ସଂରକ୍ଷଣର ଲାଭ ମିଳୁ । ବାକି ରହିଲା ଓଡ଼ିଶା ରେ କେବେ ଲାଗୁ ହେବ

143
9302 views

Comment