ଜଙ୍କିଆ ପଲ୍ଲୀ ଉତ୍ସବ ୨୦୨୫ ଉଦଯାପିତ
ଭୁବନେଶ୍ୱର, ୨/୯/୨୫ : ପବିତ୍ର ଗଣେଶପୂଜା ଉପଲକ୍ଷେ ଜଙ୍କିଆ ଓଁ ଶ୍ରୀ ଗ୍ରୁପ ପୂଜା କମିଟି ପକ୍ଷରୁ ବାଲିଗାଡ଼ିଆ ସ୍ଥିତ ବାସନ୍ତୀ ପଡିଆଠାରେ ୧୪ ତମ ପଲ୍ଲୀ ଉତ୍ସବ ୨୦୨୫ ର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭlବେ ଓଡିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମହୋଦୟା, ମୁଖ୍ୟ ଵକ୍ତା ଭବେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ଡ ଦିଲୀପ ଶ୍ରୀଚନ୍ଦନ, ସମ୍ମାନିତ ଅତିଥି ଭlବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ ଓ ଖୋର୍ଦ୍ଧା ର ପୂର୍ବତନ ଜ଼ିଲ୍ଲା ପରିଷଦ ଅଧକ୍ଷ ପ୍ରଫୁଲ୍ଲ କୁମାର ଦଳେଇ ଯୋଗ ଦେଇଥିଲେ l ଅନୁଷ୍ଠାନ ର ସଭାପତି ସୁନିଲ କୁମାର ନରେନ୍ଦ୍ରଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ହୋଇଥିଲା l ସଂଯୋଜକ ବିଶ୍ୱ ଭୁଷଣ ଛୋଟରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ କମଳେଶ ମହାରଣା ଓ ଅଶ୍ୱିନୀ ମହାନ୍ତି।ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆମୋଦ ଦେଇଥିଲା l ବାଙ୍କୀ ର ସିଂଘମ ଡାନ୍ସ ଗ୍ରୁପ, ଭୁବନେଶ୍ୱର ର ପ୍ରଜ୍ଞା ନୃତ୍ୟlୟନ ଓ ବାଜପୁର ର ଦ୍ୱାରିକା ଡାନ୍ସ ଏକାଡେମି ଦ୍ୱାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା l ପ୍ରତିକୂଳ ପାଗ ସତ୍ବେ ମଧ୍ୟ ପଲ୍ଲୀ ଉତ୍ସବ ଉଦଯାପନୀ ଦିବସ ପଡିଆରେ ଘରକରଣା ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ଷ୍ଟଲରେ ଶହ ଶହ ଲୋକ ମଜା ନେଉଥିବାର ଦେଖିବାକୁ ମିଳିଥିଲା l