
ସୁବତୀପାଢ଼ୀ ଆଲୁମିନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନିଜସ୍ଵ ନୂତନ ଶ୍ରେଣୀ ଗୃହ ଉଦଘାଟିତ
କୋରାପୁଟ/ଦାମନଯୋଡି, ୨/୯/୨୦୨୫(ନଳିନୀ କାନ୍ତ ସେନାପତି): କୋରାପୁଟ ଜିଲ୍ଲା ଦାମନଯୋଡି ଶିଳ୍ପାଞ୍ଚଳ ସ୍ଥିତ ମରିଚମାଳ ପଞ୍ଚାୟତ ଅନ୍ତର୍ଗତ ତରଳାବନ୍ଧଗୁଡା ଠାରେ ସୁବତୀ ପାଢ଼ୀ ଆଲୁମିନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦାମନଯୋଡିର ନିଜସ୍ୱ ନୂତନ ଶ୍ରେଣୀ ଗୃହ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଟ୍ଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡାମ, ସମ୍ମାନୀତ ଅତିଥି ଭାବେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିରଞ୍ଜନ ସାମଲ, ସମୂହ ମହାପ୍ରବନ୍ଧକ ସୁଗାର୍ତ୍ତ ଆନନ୍ଦ ବାସୁ, ଜିଲ୍ଲାପରିଷଦ ସଭାପତି ସସ୍ମିତା ମେଲକା, ପୂର୍ବତନ କୋରାପୁଟ ବିଧାୟକ ରଘୁରାମ ପାଡାଲ, ପୂର୍ବତନ ଲକ୍ଷ୍ମୀପୁର ବିଧାୟକ ପ୍ରଭୁଜନୀ, ପୂର୍ବତନ ପଟ୍ଟାଙ୍ଗୀ ବିଧାୟକ ପ୍ରଫୁଲ ପାଙ୍ଗି, ଜିଲ୍ଲାପରିଷଦ ସଭ୍ୟ ମିହିର କୁଲଦୀପ, ମରିଚମାଳ ସରପଞ୍ଚ ଲକ୍ଷ୍ମୀ ମସ୍ତିପୁଟିଆ, ନାଲକୋର ପ୍ରାକ୍ତନ ଉପ ମହାପ୍ରବନ୍ଧକ ରମେଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ହେମନ୍ତ କୁମାର ପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟ ପରିଚାଳନା ସମିତି ସଭାପତି
ପିତମ ପାଢ଼ୀ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା ଦ୍ଵାରା ଏହି ଅଞ୍ଚଳର ଗରୀବ ପିଲାମାନେ ଉଚ୍ଚ ଶିକ୍ଷା ଲାଭ କରିବା ସହିତ ଉଚ୍ଚ ଶିକ୍ଷାରେ ଡ୍ରୋପ ଆଉଟ୍ ହାର କମିବ ବୋଲି କହିଥିଲେ। ସମ୍ପାଦକ ଅନନ୍ତ ରାମ ମାଟାମ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷାବିତ ଡ଼ଃ ଚିତ୍ତ ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଶିକ୍ଷାବିତ୍, ସମାଜସେବୀ ଓ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।