logo

ସେମିଳିଗୁଡା ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ବିଭାଗର ପରିଦର୍ଶନ, ସେମିଳିଗୁଡା,କୋରାପୁଟ, ଓଡିଶା,

ସେମିଳିଗୁଡା ମହାବିଦ୍ୟାଲୟରେ ଉଚ୍ଚ ଶିକ୍ଷା ବିଭାଗର ପରିଦର୍ଶନ
ସେମିଳିଗୁଡା, ସେମିଳିଗୁଡା ମହାବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବରିଷ୍ଠ ବିଭାଗୀୟ ଅଧିକାରୀ ସନ୍ତୋଷ ସେଠୀ, ବିଭାଗୀୟ ଅଧିକାରୀ ଛୋଟରାୟ ମୁର୍ମୁ, ଶୁଭ୍ରାଂଶୁ ଧଳ ପ୍ରମୁଖ ପରିଦର୍ଶନରେ ଆସିଥିଲେ । ପ୍ରଶାସନିକ କାର୍ଯ୍ୟ ସମାପ୍ତ ପରେ ଅଧିକାରୀଗଣ ସମସ୍ତ ବିଭାଗର ଶ୍ରେଣୀ କକ୍ଷ ପରିଭ୍ରମଣ କରି ଦୈନଦିନ ମହାବିଦ୍ୟାଳକୁ ଯାତାୟାତ, ଅଧ୍ୟାପନା ଆଦି ବିଭିନ୍ନ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଅପରାହ୍ନରେ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ଏକ ପାରସ୍ପରିକ ଆଲୋଚନା ସଭା କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ଝାନ୍ ସି ସିଂହ ନେତୃତ୍ଵରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। ସଭାରେ ଛାତ୍ରୀ ମାନଙ୍କ ନିମନ୍ତେ ଛାତ୍ରୀ ନିବାସ, ଉନ୍ନତମାନର ଖେଳପଡିଆ, ପାଠାଗାର ଅଧ୍ୟୟନ କକ୍ଷ, ଖାଲିଥିବା ପଦବୀ ପୂରଣ, କୋଡିଏଟି ସ୍ମାର୍ଟ ଅଧ୍ୟାପନା କକ୍ଷ ସ୍ଥାପନ ଲାଗି ପ୍ରତିଶୃତି ଦେଇଛନ୍ତି। ବରିଷ୍ଠ ଅଧ୍ୟାପକ ଡ. ଶୁଭ୍ରାଂଶୁ ସୁନ୍ଦର ଦାସ, ଦେବରାଜ ନାୟକ, ଡ. ଗୀତା ପଟ୍ଟନାୟକ, ହରପ୍ରସାଦ ପତି, ସୁରେଶ ପାଇକରାୟ, ପ୍ରେମାନନ୍ଦ ରାଉତ, ବବିତା ମିଶ୍ର, ରୋନାଲି ନାୟକ ଡ. ପ୍ରୀତିସ ବେହେରା, ରିସ୍ ବିତା ଖୋସ୍ଲା, ଶ୍ରୀପତି ଗିରି, ସୁମିତ୍ରା ଗିରି, ପୁର୍ଣିମା ଗିରି, ଦିଗେଶ୍ଵରୀ ଶିଖା, ନିରଞ୍ଜନ ପୋଢ, ରୁଚିସ୍ମିତା ନାୟକ, ରବିନ ସିଂ, ପିଙ୍କି ଗୋଏଲ, ଆରତୀ ପ୍ରଧାନ, ଅମିତା ହୋତା, ଅସିତ ମିଶ୍ର, ଚିତ୍ତରଞ୍ଜନ ଦାସ, ଚନ୍ଦ୍ରଶେଖର ତାଡିଙ୍ଗି, ଜଳନ୍ଧର ତାଡିଙ୍ଗି, ବିଜୟଦାସ ପାଙ୍ଗି ପ୍ରମୁଖ ଏହି ପାରସ୍ପରିକ ଆଲୋଚନା ସଭାରେ ଉପସ୍ଥିତଥିଲେ।

85
3373 views