logo

ଅବ୍ୟବସ୍ଥା ଘେରରେ ବୁଡି ରହିଛନ୍ତି ବଡକର୍ଲାକୋଟ ବଜାର ପଡା ବାସୀ।

ସରକାର ଏବଂ ରାଜ୍ଯ ସରକାର ସ୍ୱଛ ଭାରତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପରିବେଶ କୁ ସ୍ୱଛ ଓ ପରିମଲ ରଖିବାକୁ ସ୍ୱଛ ଭାରତ ଅଭିଯାନରେ ଅନେକ ପ୍ରକାର ଯୋଜନା କରିଛନ୍ତି ସତ କିନ୍ତୁ କଲାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡକର୍ଲାକୋଟ ଗ୍ରାମପଞ୍ଚାୟତ ସମ୍ମୁଖ ବଜାରପଡା ବାସୀ ଙ୍କ ଦୁଖ ଦୀପ ତଲ ଅନ୍ଧାର ସଦୃଶ। ଅଲ୍ପ ବର୍ଷା ହେଲେ ଘରେ ଘରେ ପାଣି ପଶୁଛି ବୋଲି ଅଭିେଯାଗ କରିଛନ୍ତି। ବଜାରପଡା ରେ ଡ୍ରେନେଜ ସୁବିଧା ନ ଥିବାରୁ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏ ବିଷୟ ରେ ବଜାରପଡା ବାସୀ ଗ୍ରାମପଞ୍ଚାୟତ ଅଧିକାରୀ, ଓ ସରପଂଚ ମହାଶୟାଙ୍କୁ ଲିଖିତ ଆକାରରେ ଜଣାଇକି ଏକ ବର୍ଷ ବିତିଯାଇଥିଲେ ସୁଧା ଅତି ଦୁଖର ବିଷୟ ଜାଣି ଜାଣି ପିଇଓ ମହାଶୟ ଓ ସରପଂଚ ମହାଶୟା ଦ୍ରୁଷ୍ଟି ଗୋଚର କରୁନଥିବା ଅଭିେଯାଗ କରିଛନ୍ତି। କାରଣ SFC, CF C ମାଧ୍ୟମରେ ପିଇଓ ମହାଶୟ ଚାହିଁଲେ କଣ ତ୍ରେନେଜ୍ ର ସୁବିଧା ହୋଇପାରିବନିକି, କାରଣ ସେମାନେ ଚାହୁଁ ନାହାଁନ୍ତି। ଗ୍ରାମପଞ୍ଚାୟତ ରୁ ବଜାରପଡା ଲାଗିକି ଅଛି। ଯଦି ଏଇଠି କେଉଁ କାମ କଲେ ସେମାନଙ୍କ କିଛି ଫାଇଦା ହେବନାହିଁ କି କିଛି ଲାଭ ହେବନାହିଁ ବୋଲି ଜାଣି ଜାଣି କିଛି କାମ ନକରି ସବୁ ଫଣ୍ଡ ର ପଇସାକୁ ଜାମ୍ କରି ପିଇଓ ମହାଶୟ ପୁରା ଅଣଦେଖା କରୁଛନ୍ତି। ଏହି ବିଷୟ ରେ ଆମ ପ୍ରତିନିଧି ସରପଂଚ ଓ ପିଇଓ ମହାଶୟ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ସୁଧା କୌଣସି ପ୍ରତିକ୍ରିୟା ମିଲି ପାରିନାହିଁ। ଦେଖାଯାଉ ଖବର ପ୍ରସାରଣ ପରେ ବ୍ଲକ ପ୍ରସାସନ କି ପଦକ୍ଷେପ ନେଉଛନ୍ତି ନ ହେଲେ ବ୍ଲକ ପକିସରରେ ଆନ୍ଦୋଳନ କରିବୁ ବୋଲି ବଡକର୍ଲାକୋଟ ବଜାରପଡା ବାସୀ ଚେତାବନୀ ଦେଇଛନ୍ତି।

16
1219 views