Police arrest.
ରଣପୁରଗଡ: ନୟାଗଡ଼ ଜିଲ୍ଲା ରଣପୁର ତହସିଲ ରାଇପଡା ରାଜସ୍ୱ ମଣ୍ଡଳ ପଟିଆ ଅଞ୍ଚଳରେ ଚେ।ରା ମାଙ୍କଡା ପଥର ଖଣି ବଢିବାରେ ଲାଗିଛି। ଯାହା ଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ଖଣି ବିଭାଗ ଚୁପଚାପ ବସିଥିବା ଅଭିଯୋଗ ହେଉଛି। ରାଜସ୍ବ କର୍ମଚାରୀ ଜାଣି ନ ଦେଖିଲା ଭଳି ଅଭିନୟ କରୁଥିବା ଅଭିଯୋଗ ହେଉଛି। ଏଭଳି ପରିସ୍ଥିତିରେ ଚାନ୍ଦପୁର ଥାନା ଅଣ୍ଟା ଭିଡିଥିବା ଜଣାପଡିଛି। ଚାନ୍ଦପୁର ଥାନା ନିରୀକ୍ଷକଙ୍କ ନିର୍ଦେଶରେ ଉପ ନିରୀକ୍ଷକ ସଞ୍ଜୟ କୁମାର ପରିଡା ସାଙ୍ଗରେ ତିନି ଜଣ ପେ।ଲିସ କର୍ମଚାରୀଙ୍କୁ ଧରି ସାଦା ପେ।ଷାକରେ ଅଗଷ୍ଟ ୩୦ ତାରିଖ ଅପରାହ୍ନ ୩ଟାରେ ପଟିଆ ଜ୍ୱାଇଁ ସାହି ନିକଟ ଚେ।ରା ଖଣିରେ ଚଢାଉ କରିଥିଲେ। ଗୋଟିଏ ଜେସିବି ଓ ଗୋଟିଏ ଟ୍ରାକ୍ଟର ଜବତ କରିବା ସହ ଦୁଇ ଜଣ ଚାଳକଙ୍କୁ ଅଟକ ରଖିଥିବା ଜଣାପଡିଛି