logo

ଜଙ୍କିଆ ପଲ୍ଲୀ ଉତ୍ସବ ଚତୁର୍ଥ ସନ୍ଧ୍ୟା_ ରଙ୍ଗିଲା ଡାନ୍ସ ଗ୍ରୁପ ଅଭିନୟ ଦେଖି ଝୁମିଲେ ଦର୍ଶକ

ଭୁବନେଶ୍ୱର, ୩୦/୮/୨୫ : ପବିତ୍ର ଗଣେଶପୂଜା ଉପଲକ୍ଷେ ଜଙ୍କିଆ ଓଁ ଶ୍ରୀ ଗ୍ରୁପ ପୂଜା କମିଟି ପକ୍ଷରୁ ବାଲିଗାଡ଼ିଆ ସ୍ଥିତ ବାସନ୍ତୀ ପଡିଆଠାରେ ୧୪ ତମ ପଲ୍ଲୀ ଉତ୍ସବ ୨୦୨୫ ର ଚତୁର୍ଥ ସନ୍ଧ୍ୟାରେ ବାଜପୁର ସରପଞ୍ଚ କେଦାରେଶ୍ୱର ପୃଷ୍ଟି ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭlବେ ଜଙ୍କିଆ ସରପଞ୍ଚ ପଙ୍କଜିନୀ ବଳିୟାରସିଂହ ଯୋଗ ଦେଇଥିଲେ l ଅନୁଷ୍ଠାନ ର ସଭାପତି ସୁନିଲ କୁମାର ନରେନ୍ଦ୍ରଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ହୋଇଥିଲା l ସଂଯୋଜକ ବିଶ୍ୱ ଭୁଷଣ ଛୋଟରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ କମଳେଶ ମହାରଣା ଓ ଅଶ୍ୱିନୀ ମହାନ୍ତି।ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆମୋଦ ଦେଇଥିଲା l କରିଥିଲା |ବୌଦ୍ଧ ର ୟାତ୍ରୀ ଗ୍ରୁପ ସ୍ଟେପ,ଢେଙ୍କାନାଳ ର ନିତା ନୃତ୍ୟଙ୍ଗନା ଓ ଜଟଣୀ ର ରଙ୍ଗିଲା ଡାନ୍ସ ଗ୍ରୁପ ଦ୍ୱାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକ ଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆନନ୍ଦ ଦେଇଥିଲା l ପଲ୍ଲୀ ଉତ୍ସବ ପଡିଆରେ ଘରକରଣା ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ଷ୍ଟଲରେ ଶହ ଶହ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l
 

77
2740 views