
ଦାମନଯୋଡ଼ିରେ ବିଘ୍ନ ନାଶକ ଶ୍ରୀ ଗଣେଶଙ୍କ ପୂଜା
ଦାମନଯୋଡ଼ି,୨୭/୦୮: ପବିତ୍ର ଭାଦ୍ରବ ଶୁକ୍ଳ ଚତୁର୍ଥୀ ଅବସରରେ ଅଗ୍ରପୂଜ୍ୟ ବିଘ୍ନ ନାଶକ ଶ୍ରୀ ଗଣେଶଙ୍କ ପୂଜା ଦାମନଯୋଡ଼ିର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି।ବିଭିନ୍ନ ଅନୁଷ୍ଠାନ,ସ୍କୁଲ ମାନଙ୍କରେ ଶ୍ରୀ ଗଣେଷଙ୍କ ସୁନ୍ଦର ସୁନ୍ଦର ମୃଣ୍ମୟ ମୂର୍ତ୍ତି,ସାଜସଜ୍ଜା,ଆଲୋକ ମାଳା,ଭଜନ ସନ୍ଧ୍ୟା,ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆକର୍ଷଣୀୟ ହୋଇଥିଲା। ଶ୍ରଦ୍ଧାଳୁମାନେ ବିଳମ୍ୱିତ ସନ୍ଧ୍ୟା ପର୍ଯ୍ୟନ୍ତ ପୂଜାମଣ୍ଡପ ବୁଲି ବିଘ୍ନ ନାଶକଙ୍କ ଦର୍ଶନ କରିଥିଲେ।ମାଥାଲପୁଟ ମାଲୁ ସାଉନ୍ତା ସରକାରୀ ନୋଡାଲ ହାଇସ୍କୁଲ,ଆଲୁମିନା ବାଳିକା ଉଚ୍ଚ ବିଦ୍ୟାଳୟ,ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ମାଥାଲପୁ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ମନ୍ଦିର,ନାଲକୋ ଟାଉନସିପ ସେକ୍ଟର ୨ ସରସ୍ଵତୀ ବିହାର ପୂଜା ମଣ୍ଡପ,ସୁପର ମାର୍କେଟ,ନାଲକୋ କର୍ମଚାରୀ ବହୁମୁଖି ସମବାୟ ସମିତି କାର୍ଯ୍ୟାଳୟ,ଟାଉନସିପ ଘରୋଇ ସୁରକ୍ଷାବଳ କାର୍ଯ୍ୟାଳୟ,ସେକ୍ଟର ୨ ବିନାୟକ କମିଟି,ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଶ୍ରୀଗଣେଶଙ୍କ ମନ୍ଦିର,ଶ୍ରୀ ଅଭୟ ଆଞ୍ଜେନେୟଙ୍କ ବାଟିକା ପରିସରରେ ଥିବା ଶ୍ରୀ ଗଜାନନଙ୍କ ମନ୍ଦିର,ସେକ୍ଟର ୧ ମାର୍କେଟ ସ୍ଥିତ ପୂଜା ମଣ୍ଡପ,ଟାଉନସିପ ସରସ୍ଵତୀ ବିଦ୍ୟାମନ୍ଦିର,ଦିଲ୍ଲୀ ପବ୍ଲିକ ସ୍କୁଲ,ନାଲକୋ ହସ୍ପିଟାଲ ପରିସରରେ ଥିବା ଶ୍ରୀ ଗଣେଶଙ୍କ ମନ୍ଦିର,ସେକ୍ଟର ୩ ମାର୍କେଟ,ଭେଜାପୁଟ ଶ୍ରୀ ସିଦ୍ଧେଶ୍ୱର ମହାଦେବ ମନ୍ଦିର ଓ ମାଥାଲପୁଟ ଶ୍ରୀରାଧାକୃଷ୍ଣ ମନ୍ଦିର ପରିସରରେ ଥିବା ଗଣପତିଙ୍କ ଠାରେ ସ୍ଵତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥିଲା। ଅନ୍ୟାନ୍ୟ ବହୁ ସ୍ଥାନରେ ମଧ୍ୟ ଶ୍ରୀଗଣେଶଙ୍କ ପୂଜା ହୋଇଥିବା ଖବର ମିଳିଛି।