logo

ସପ୍ତଦିନାତ୍ମକ ସଂସ୍କୃତ ଉତ୍ସବ ଉଦ୍ଘାଟିତ ନବରଙ୍ଗପୁର, ୨୧/୦୮/୨୦୨୫ :

ସପ୍ତଦିନାତ୍ମକ ସଂସ୍କୃତ ଉତ୍ସବ ଉଦ୍ଘାଟିତ।
ନବରଙ୍ଗପୁର, ୨୧/୦୮/୨୦୨୫ : ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ପୁଜାରୀଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସପ୍ତଦିନାତ୍ମକ ସଂସ୍କୃତ ଉତ୍ସବ ଭବ୍ୟ ଭାବରେ ଆୟୋଜିତ ହୋଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱ ଓ ସଂସ୍କୃତ ଶିକ୍ଷକ ଆକାଶ ମେହେରଙ୍କ ପରିଚାଳନାରେ ଉତ୍ସବର ଆରମ୍ଭ ହୋଇଥିଲା ।

ଧ୍ୟେୟମନ୍ତ୍ର ପାଠାଦି କାର୍ଯ୍ୟକ୍ରମ ପରେ ସମ୍ମାନିତ ଅତିଥି, ଝରିଗୁମ୍ମା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ସାହୁ, ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଭାଷାଧ୍ୟୟନର ଗୁରୁତ୍ୱ ବିଷୟରେ ପ୍ରେରଣାଦାୟକ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଓ ରଶ୍ମିରଞ୍ଜନ ସିଦ୍ଧାଶ୍ରମ ଓ ଲୋକଭାଷା ପ୍ରଚାର ସମିତିର ନବରଙ୍ଗପୁର ଜିଲ୍ଲାଧ୍ୟକ୍ଷ ଡା. ନୀଳକଣ୍ଠ ପାଢୀ ସଂସ୍କୃତ ଭାଷାରେ ଦିଆଯାଇଥିବା ତାଙ୍କର ଉତ୍ସାହପୂର୍ଣ୍ଣ ଉଦ୍ବୋଧନରେ କହିଥିଲେ — “ଭାଷାଜନନୀ ସଂସ୍କୃତର ଅପରିହାର୍ଯ୍ୟତା ଏବଂ ଭାରତର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିଥିବା ଏହି ଶ୍ରେଷ୍ଠ ଭାଷା; ଏହାକୁ ଦେଶର ରାଷ୍ଟ୍ରଭାଷାର ମର୍ଯ୍ୟାଦା ଦିଆଯିବା ଉଚିତ।”

ଉତ୍ସବ ସମୟରେ ସପ୍ତଦିନାତ୍ମକ ବିଭିନ୍ନ ପ୍ରତିଯୋଗିତା — ନିବନ୍ଧ, କୁଇଜ୍, ଶ୍ଳୋକପାଠ, ସାହିତ୍ୟ ଆଲୋଚନା, ନୃତ୍ୟ ଓ ସଂସ୍କୃତ ଗୀତାଭିନୟ ଆଦିରେ ଯେଉଁମାନେ କୃତୀ ସାବ୍ୟସ୍ତ ହୋଇଥିଲେ, ସେମାନଙ୍କୁ ଅତିଥିମାନଙ୍କ ହସ୍ତେ ପୁରସ୍କୃତ କରାଯାଇଥିଲା ।

ଶେଷରେ ଝରିଗୁମ୍ମା ନୋଡାଲ ହାଇସ୍କୁଲର ସଂସ୍କୃତ ଶିକ୍ଷକ ସୁନୀଲ ବାରିକ ଧନ୍ୟବାଦାର୍ପଣ କରିଥିଲେ । ଉତ୍ସବର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନାରେ ପଲ୍ଲୀଶ୍ରୀ ବରାଡ, ଗୀତାରାଣୀ ଦାସ, ୱାଇ. ମାଣିକେଶ୍ୱରୀ, ସବିତା ବେହେରା, ଚିନ୍ମୟୀ ପଣ୍ଡା, ବି. ରୋଜା କୁମାରୀ ଆଦି ଶିକ୍ଷିକାମାନଙ୍କ ନିଷ୍ଠାପୂର୍ଣ୍ଣ ସହଯୋଗ ରହିଥିଲା ।

18
84 views