logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ସପ୍ତ ଦିନାତ୍ମକ ସଂସ୍କୃତ ଉତ୍ସବ* ନବରଂଗପୁର ତା.୨୧.୦୮.୨୦୨୫

ସପ୍ତ ଦିନାତ୍ମକ ସଂସ୍କୃତ ଉତ୍ସବ*
ନବରଂଗପୁର ତା.୨୧.୦୮.୨୦୨୫ ତେନ୍ତୁଳିଖୁଣ୍ଟି ବ୍ଳକ୍ ଅନ୍ତର୍ଗତ ପୁଜାରୀଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ସପ୍ତ ଦିନାତ୍ମକ ସଂସ୍କୃତ ଉତ୍ସବ;ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱ ଓ ସଂସ୍କୃତ ଶିକ୍ଷକ ଆକାଶ ମେହେରଙ୍କ ପରିଚାଳନାରେ ଭବ୍ୟ ସମାରୋହରେ ଅନୁଷ୍ଠିତ ହୋଇ ଯାଇ ଅଛି ।ଧ୍ୟେୟ ମନ୍ତ୍ର ପାଠାଦି କାର୍ଯ୍ୟ କ୍ରମ ପରେ ସମ୍ମାନିତ ଅତିଥି ତଥା ଝରିଗୁମ୍ମା ନୋଡାଲ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଛାତ୍ର ଛାତ୍ରୀଙ୍କୁ ସଂସ୍କୃତ ଭାଷାଧ୍ୟୟନର ମହତ୍ତ୍ବ ଓ ଗୁରୁତ୍ବ ଅନନ୍ତ ଓ ଅସୀମ ବୋଲି ବୁଝାଇ କହି ଥିବା ବେଳେ ମୁଖ୍ୟ ଅତିଥି ତଥା ନବରଂଗପୁରସ୍ଥ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ଓ ଲୋକ ଭାଷା ପ୍ରଚାର ସମିତିର ନବରଂଗପୁର ଜିଲ୍ଳାଧ୍ୟକ୍ଷ ରଶ୍ମି ପ୍ରସାଦ ଡ: ନୀଳ କଣ୍ଠ ପାଢୀ ସଂସ୍କୃତ ଭାଷାରେ ନିଜର ଉତ୍ସାହପ୍ରଦ ଉଦ୍ ବୋଧନ ମାଧ୍ୟମରେ " ଏ ଯୁଗରେ ଭାଷା ଜନନୀ ସଂସ୍କୃତର ଅପରିହାର୍ଯ୍ୟତା ଏବଂ ଭାରତ ବର୍ଷର ଶୀର୍ଷାସନାବସ୍ଥିତ ଶ୍ରେଷ୍ଠ ଭାଷାର ମର୍ଯ୍ୟାଦା ଲାଭ କରି ଥିବା ସଂସ୍କୃତ ଭାଷା ; ଦେଶର ରାଷ୍ଟ୍ର ଭାଷା ହେବା ଉଚିତ " ବୋଲି ମତ ବ୍ୟକ୍ତ କରିଛନ୍ତି ।ଏହି ଉତ୍ସବରେ ସାତ ଦିନ ବ୍ୟାପୀ ଅନୁଷ୍ଠିତ ନିବନ୍ଧ,କୁଇଜ୍,ଶ୍ଳୋକ ପାଠ,ସାହିତ୍ୟ ଆଲୋଚନା, ନୃତ୍ଯ ଓ ସଂସ୍କୃତ ଗୀତାଭିନୟାଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ଗଣ ପୁରସ୍କୃତ କରିଛନ୍ତି। ଶେଷରେ ଝରିଗୁମ୍ମା ନୋଡାଲ ହାଇ ସ୍କୁଲର ସଂସ୍କୃତ ଶିକ୍ଷକ ସୁନୀଲ ବାରରିକଙ୍କ ଧନ୍ୟବାଦାର୍ପଣ ପରେ ଉତ୍ସବ ସମାପନ ହେଲା।ଉତ୍ସବର ବିଭିନ୍ନ କାର୍ଯ୍ୟ କ୍ରମ ପରିଚାଳନାରେ ପଲ୍ଲୀଶ୍ରୀ ବରାଡ,ଗୀତାରାଣୀ ଦାସ,ୱଆଇ. ମାଣିକେଶ୍ଵରୀ, ସବିତା ବେହେରା, ଚିନ୍ମୟୀ ପଣ୍ଡା,ବି. ରୋଜା କୁମାରୀ ପ୍ରମୁଖ ଶିକ୍ଷିକା ବୃନ୍ଦ ନିଷ୍ଠା ପୂର୍ଣ୍ଣ ସହଯୋଗ କରିଛନ୍ତି।

111
5360 views

Comment