logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜଗତସିଂହପୁର ଜିଲ୍ଲା ପୋଲିସ ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ୭୫ ୟୁନିଟ ସଂଗ୍ରହ

ଜଗତସିଂହପୁର ସଦର ପୁନଙ୍ଗ ସ୍ଥିତ ରିଜର୍ଭ ପୋଲିସ କଲ୍ୟାଣି ମଣ୍ଡପ ପରିସରରେ ଜିଲ୍ଲା ପୋଲିସ, ଜଗତସିଂହପୁର ଦ୍ୱାରା ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ରକ୍ତଦାନ ଶିବର କୁ ଜଗତସିଂହପୁର ର ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଉଦଗାତା ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୁ ମୁଖ୍ୟଅତିଥି ଭାବେ ଯୋଗଦେବା ସହ ଉଦଘାଟନ କରିଥିଲେ ଜଗତସିଂହପୁର ର ମାନ୍ୟବର ବିଧାୟକ ଅମରେନ୍ଦ୍ର ଦାସ l ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରେ ଜଗତସିଂହପୁର ଏସ୍ପି ଭବାନୀ ଶଙ୍କର ଉଦ୍ଗାତା,ସେ ରକ୍ତଦାନ କରିଥିଲା, ଏସ ଡି ପି ଓ ଆଜିଂଖ୍ୟ ରିଜର୍ଭ ପୋଲିସ ଅଧିକାରୀ ଉମାକାନ୍ତ ବେହେରା, କନେଷ୍ଟବଳ ହୋମ ଗାର୍ଡ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ଆଚାର୍ଯ୍ୟ, ସମ୍ପାଦକ ପ୍ରେମାନନ୍ଦ ବାରିକ, ସମସ୍ତ ପୋଲିସ କର୍ମୀ ଆଜିର ଏହି ସ୍ୱେଚ୍ଛାକୃତ ରକ୍ତଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଯଇଥିବା ବେଳେ ରକ୍ତଦାନ ଶିବିର ରୁ ୭୫ୟୁନିଟ ରକ୍ତ ସଂଗ୍ରହ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ଜଗତସିଂହପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ର ବ୍ଲଡ଼ ବ୍ୟାଙ୍କ କର୍ମଚାରି ମାନେ ବ୍ଲଡ଼ ସଂଗ୍ରହ କରିବାରେ ସହଯୋଗ କରିଥିଲେ l

102
906 views

Comment