logo

ସେକ୍ଟର ୧ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଦାମନଯୋଡ଼ି,୧୮/୦୮:ନାଲକୋ ଟାଉନସିପ ସେକ୍ଟର ୧ ଓ ୨ ସାର୍ବଜନୀନ ମା'ଦୁର୍ଗା ଓ କାଳୀ ପୂଜା କମିଟି ପକ୍ଷରୁ ସେକ୍ଟର ୧ ମାର୍କେଟ ସ୍ଥିତ ପୂଜା ମଣ୍ଡପରେ ମା'ଦୁର୍ଗା ଙ୍କ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ପୂଜା ମଣ୍ଡପରେ ଅନୁଷ୍ଠିତ ବୈଠକ ରେ ମା'ଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ,ପୂଜା,ସାଜସଜ୍ଜା ଓ ତୋରଣ,ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ବିଷୟରେ ଆଲୋଚନା ହୋଇଥିଲା।ବିଭିନ୍ନ କାର୍ଯ୍ୟ ପାଇଁ ସଦସ୍ୟ ମାନଙ୍କ ମଧ୍ୟରେ ଦାୟିତ୍ଵ ବଣ୍ଟନ କରାଯାଇଥିଲା।କମିଟି ସଭାପତି ତଥା ନାଲକୋ ଏଜିଏମ ଧୀରେନ୍ଦ୍ର କୁମାର ବେହେରା,ଉପସଭାପତି ଆନନ୍ଦ ମୋହନ ପ୍ରସାଦ,ସମ୍ପାଦକ ଅନାମ ଚରଣ ନାୟକ,ସହ ସମ୍ପାଦକ ଲମ୍ବୋଦର ସ୍ଵାଇଁ,କୋଷାଧ୍ୟକ୍ଷ ରଞ୍ଜନ କୁମାର ବେହେରାଙ୍କ ସହିତ ଡ଼ଃ ଅଶୋକ କୁମାର ମହାନ୍ତି,ସରୋଜ କୁମାର ଦଳେଇ,ସଦାଶିବ ବେହେରା,ସଞ୍ଜୟ କୁମାର ସାହୁ,ପ୍ରଦୀପ କୁମାର ସାହୁ,ସନ୍ତୋଷ କୁମାର ଦାସ,ନକୁଳ ଚରଣ ପତି, ଅନୁଜ କୁମାର ଶୁକ୍ଳା,କିରଣ କୁମାର ମହାନ୍ତି ଓ ବିଜୟ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

48
2776 views