logo

ଦିବ୍ୟାଙ୍ଗ ଯୁବତୀ ଙ୍କୁ ଦୁଷ୍କର୍ମ।

ରାୟଗଡ଼ା: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସଦର ପଞ୍ଚାୟତ ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରାଯାଇଛି। ଏହି ଘଟଣାରେ ଅଭିଯୁକ୍ତ ଜଣେ ବିବାହିତ ଯୁବକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁଯାୟୀ, ଯୁବତୀ ଜଣକ ଦିବ୍ୟାଙ୍ଗ ହୋଇଥିବାରୁ ପ୍ରାୟ ସମୟ ଘରେ ରୁହନ୍ତି। ସେହି ଗ୍ରାମର ୩୫ ବର୍ଷୀୟ ବିବାହିତ ଯୁବକ ନାଗେଶ ଧନୁ ପୀଡ଼ିତାଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ବାରମ୍ବାର ଅସଦାଚରଣ କରିବା ସହିତ ଦୁଷ୍କର୍ମ କରିଥିଲେ। ଏହାର କିଛି ମାସ ପରେ ଯୁବତୀ ଗର୍ଭବତୀ ହୋଇଥିଲେ। ଯୁବତୀ ଜଣକ ଲୋକଲଜ୍ଜା ଭୟରେ କାହାକୁ କିଛି ଜଣାଇ ନ ଥିଲେ। କିନ୍ତୁ ମାନବାଧିକାର ଆୟୋଗ ଏ ନେଇ ଖବର ପାଇବା ପରେ ଏକ ଟିମ ଗାଁରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିଲେ। ନାଗେଶ ଗ୍ରାମର ସମସ୍ତ ବୁଦ୍ଧିଜୀବୀଙ୍କ ସମ୍ମୁଖରେ ନିଜ ଦୋଷ ସ୍ଵୀକାର କରି ପୀଡ଼ିତାଙ୍କ ମଥାରେ ସିନ୍ଦୂର ଲଗାଇ, ଫୁଲ ମାଳ ପିନ୍ଧାଇ ପତ୍ନୀ ଭାବେ ଗ୍ରହଣ କରିବି ବୋଲି ଘୋଷଣା କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ନାଗେଶ ପୀଡ଼ିତାଙ୍କୁ ଗାଳିଗୁଲଜ କରିବା ସହିତ ସ୍ତ୍ରୀ ଭାବେ ଗ୍ରହଣ କରି ନ ଥିଲା। ଏହା ମଧ୍ୟରେ ପୀଡ଼ିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଅଭିଯୁକ୍ତ ପୀଡ଼ିତାଙ୍କୁ ସ୍ତ୍ରୀ ମାନ୍ୟତା ନ ଦେବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

9
222 views