logo

ନାଲକୋ ଇଣ୍ଡିପେଣ୍ଡେନ୍ସ କପ ଫୁଟବଲ,ଭାଗନେଲେ ରେକର୍ଡ଼ ସଂଖ୍ୟକ ୧୫୪ଦଳ

ଦାମନଯୋଡ଼ି:୨୬ତମ ନାଲକୋ ଇଣ୍ଡିପେଣ୍ଡେନ୍ସ କପ ଫୁଟବଲ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି।ନାଲକୋ ସ୍ପୋର୍ଟସ ସେଲ ଓ ନାଲକୋ କମ୍ୟୁନୀଟି ସେଣ୍ଟର ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଅବିଭକ୍ତ କୋରାପୁଟରୁ ରେକର୍ଡ଼ ସଂଖ୍ୟକ ୧୫୪ଟି ଦଳ ଭାଗ ନେଇଛନ୍ତି।ନାଲକୋ ଟାଉନସିପ ସେକ୍ଟର ୨ ସ୍ଥିତ ଡ.ବି.ଆର.ଆମ୍ବେଦକର ଷ୍ଟାଡିୟମ ଓ ଚମ୍ପାପଦର ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଷ୍ଟାଡିୟମରେ ଖେଳ ଅନୁଷ୍ଠିତ ହେଉଛି।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଭୟ ଷ୍ଟାଡିୟମରେ ଉଦ୍ଘାଟନ କରିଥିଲେ। ନାଲକୋର ସମୁହ ମହାପ୍ରବନ୍ଧକ ପୁରୁଷୋତ୍ତମ ମହାନ୍ତ,ସଞ୍ଜୟ କୁମାର ପଟ୍ଟନାୟକ ଓ ଅଜିତ ସେଠୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।୧୫ତାରିଖ ସ୍ଵାଧୀନତା ଦିବସ ଦିନ ଅପରାହ୍ନରେ ସେକ୍ଟର ୩ ନେତାଜୀ ଷ୍ଟାଡିୟମରେ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ପୁରସ୍କାର ବିତରଣ କରାଯିବା କାର୍ଯ୍ୟକ୍ରମ ରହିଛି।ନାଲକୋ ସ୍ପୋର୍ଟସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତି,କମ୍ୟୁନୀଟି ସେଣ୍ଟର ସଭାପତି ସତ୍ୟକାମ ନାୟକ, ସମ୍ପାଦକ ମନୋଜ କୁମାର ପୃଷ୍ଟି ଓ ବହିଃ କ୍ରୀଡ଼ା ସମ୍ପାଦକ ଭାସ୍କର ଶ୍ରୀହରିଆ ପ୍ରମୁଖଙ୍କ ସହିତ ସ୍ପୋର୍ଟସ ସେଲ ଓ କମ୍ୟୁନୀଟି ସେଣ୍ଟର ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ।ଉଭୟ ଆଲୁମିନା ରିଫାଇନାରୀ ଓ ମାଇନ୍ସ ର ସ୍ଵୀକୃତିପ୍ରାପ୍ତ ଶ୍ରମିକ ସଂଗଠନ କର୍ମକର୍ତ୍ତା,ନାଲକୋ ଅଫିସର୍ଶ ଆସୋସିଏସନ,ଅନୁସୂଚିତ ଜାତି ଜନଜାତି ଆସୋସିଏସନ କର୍ମକର୍ତ୍ତା ଅତିଥି ରୂପେ ଯୋଗ ଦେଇଥିଲେ।ମୁଖ୍ୟ ରେଫରୀ ଡ.ରମେଶ ଚନ୍ଦ୍ର ସ୍ବାଇଁଙ୍କ ସହିତ ରେଫରୀ ଚଞ୍ଚଲ ମାଝୀ,ମନୋରଞ୍ଜନ ମାଝୀ,ପ୍ରଦୀପ ହାଁସଦା,ବିଶ୍ୱେଶ୍ୱର ପ୍ରଧାନ,ଅବିନାଶ କୁଲଦୀପ ଓ ସାହିଲ ଦୀପ ପ୍ରମୁଖ ଖେଳ ପରିଚାଳନା କରିଥିଲେ।ଉଭୟ ଷ୍ଟାଡିୟମରେ ଭରପୁର ଦର୍ଶକ ଉପସ୍ଥିତ ରହି ଖେଳ ଦେଖିଥିଲେ।

102
2084 views