logo

ସମାଧାନ ଶିକ୍ଷା ନିକେତନରେ ମାତୃମଞ୍ଚ ବୈଠକ

ଅନୁଗୋଳ (କରୁଣାକର ନାୟକ)୧୦/୮ ଆଠମଲ୍ଲିକ ଉପଖଣ୍ଡ ଅଏଡା ଅନ୍ତର୍ଗତ ସମାଧାନ ଶିକ୍ଷା ନିକେତନ ପରିସରରେ ରବିବାର ମାତୃମଞ୍ଚ ବୈଠକ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ରମେଶ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅନୁଷ୍ଠାନର ନିର୍ଦ୍ଦେଶକ ବିନୟ କୁମାର ପଟ୍ଟନାୟକ ଉପସ୍ଥିତ ରହି "ଶିକ୍ଷା କ୍ଷେତ୍ରରେ ଛାତ୍ର / ଛାତ୍ରୀଙ୍କ ପ୍ରତି ମା ' ର ଭୂମିକା "ଉପରେ ଆଲୋଚନା କରିବା ସହ ଶିଶୁ ମାନଙ୍କ ପ୍ରତି ମା 'ମାନେ ଅଧିକ ଯତ୍ନବାନ ହେଲେ ଶିଶୁର ମାନସିକ, ଶାରୀରିକ, ବୌଦ୍ଧିକର ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଭଞ୍ଜନ କ୍ଷେତ୍ତୀ, ମାତୃମଞ୍ଚ କମିଟି ସଭାନେତ୍ରୀ ମାନସୀ ରାଜ, ବିଦ୍ୟାଳୟ ପରିଚାଳନା କମିଟି ଉପଦେଷ୍ଠା ଅରବିନ୍ଦ କ୍ଷେତ୍ତୀ ପ୍ରମୁଖ ଉପସ୍ଥିତ ରହିଥିଲେ l ଗୁରୁମା ନଳିନୀ ପ୍ରଭାତ ନଳିନୀ କ୍ଷେତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ l ଗୁରୁଜୀ ନରହରି ପ୍ରଧାନ, ଗୁରୁମା ଭୂମିସୁତା ସାହୁ,ଗୁରୁମା ମାମାଲି ତରିଆ ସମସ୍ତ ପ୍ରକାର ଆୟୋଜନ କରିଥିଲେ l ନୂତନ ଶିକ୍ଷା ବର୍ଷ ନିମନ୍ତେ ଏକ ନୂତନ ମାତୃମଞ୍ଚ କମିଟି ଗଠନ କରାଯାଇଥିଲା l ସଭାନେତ୍ରୀ ଭାବେ ମାନସୀ ରାଜ, ସମ୍ପାଦିକା ଭାବେ ନିବେଦିତା ସାହୁ ଙ୍କୁ ମନୋନୀତ କରାଯାଇଥିଲା l ଆଗାମୀ ଦିନର ସମସ୍ତ କାର୍ଯ୍ୟକ୍ରମ ମାତୃମଞ୍ଚ ମାଧ୍ୟମରେ କରାଯିବ ବୋଲି ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ l

139
3412 views