logo

ସେମିଳିଗୁଡା ମହାବିଦ୍ୟାଳୟରେ ଦୁଇଦିନିଆ ରୋଭର ଓ ରେଞ୍ଜର ତାଲିମ ଶିବିର ଅନୁଷ୍ଠିତ, ସେମିଳିଗୁଡା,କୋରାପୁଟ, ଓଡିଶା ।

ସେମିଲିଗୁଡା କଲେଜରେ ଦୁଇଦିନିଆ ରୋଭର୍ ଏବଂ ରେଞ୍ଜର୍ ତାଲିମ୍ କାର୍ଯ୍ୟକ୍ରମ

ସେମିଲିଗୁଡା, ୨୬ ଜୁଲାଇ ୨୦୨୫:
ସେମିଲିଗୁଡା କଲେଜରେ ୨୫ ଏବଂ ୨୬ ଜୁଲାଇରେ ଦୁଇଦିନିଆ ରୋଭର୍ ଏବଂ ରେଞ୍ଜର୍ ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅଧ୍ୟକ୍ଷ ଡ଼କ୍ଟର ଝାନ୍ସୀ ସିଂହ ଙ୍କ ସ୍ବପ୍ନ ଥିଲା କଲେଜ ରେ ରୋଭର ଓ ରେଞ୍ଜର ସ୍ଥାପନ କରିବା ,ସେ ସ୍ବପ୍ନ ସାକାର ହୋଇଛି । ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ନିରଞ୍ଜନ ପୋଢ଼ ରୋଭର ଦାୟିତ୍ୱରେ ଓ ଇତିହାସ ଅଧ୍ୟାପିକା ରତ୍ନମଣି କହଁର ରେଞ୍ଜର ଦାୟିତ୍ୱରେ କାର୍ଯ୍ୟନିର୍ବାହ କରିଛନ୍ତି , ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଧ୍ୟାପିକା ରୋନାଲି ନାୟକ ।

ପ୍ରଶିକ୍ଷକ ଶ୍ରୀ ନିରଞ୍ଜନ ପାଣିଗ୍ରାହୀ,ଡିଷ୍ଟ୍ରିକ ଅର୍ଗାନିଜ଼ୀଙ୍ଗ କମିଶନର(ସ୍କାଉଟ)ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୫o ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ୨୫ ଜୁଲାଇରେ ଭାରପ୍ରାପ୍ତ ଅଧ୍ୟକ୍ଷ ଦେବରାଜ ନାଏକ କାର୍ଯ୍ୟକ୍ରମର ଉଦ୍ଘାଟନ କରି କହିଥିଲେ, "ରୋଭର୍-ରେଞ୍ଜର୍ ତାଲିମ୍ ଯୁବସମାଜକୁ ସେବା ଏବଂ ସ୍ୱାବଲମ୍ବୀ ହେବାକୁ ଶିଖାଏ ।" ପ୍ରଶିକ୍ଷକ ଶ୍ରୀ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ପ୍ରଥମ ଦିନ ଟିମ୍ ପ୍ରାଥମିକ ଚିକିତ୍ସା ଏବଂ କ୍ୟାମ୍ପିଂ କୌଶଳ ଉପରେ ତାଲିମ୍ ଦିଆଯାଇଥିଲା ।ଦୁତୀୟ ଦିନରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼କ୍ଟର ଉମାଶଙ୍କର ପ୍ରସାଦ ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଶିକ୍ଷକ ଶ୍ରୀ ପାଣିଗ୍ରାହୀଙ୍କ ମାର୍ଗଦର୍ଶନରେ ୨୬ ଜୁଲାଇରେ ଆୟୋଜିତ ହୋଇଥିବା ମୁଖ୍ୟ କାର୍ଯ୍ୟକ୍ରମଗୁଡ଼ିକ ଥିଲା ପରିସର ପରିଷ୍କାର ଅଭିଯାନ,ଆଣ୍ଟି ରାଗିଙ୍ଗ ,ପେରେଡ କରିବାର ତାଲିମ ଦିଆଯାଇଥିଲା । ଏହି ଦ୍ୱିଦିନିଆ ରୋଭର୍-ରେଞ୍ଜର୍ ତାଲିମ୍ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମୁହିକ ଦାୟିତ୍ୱବୋଧ, ସାହସ ଓ ସେବାଭାବନାର ବୀଜ ବପନ କରିଛି । ପ୍ରଶିକ୍ଷକ ଶ୍ରୀ ନିରଞ୍ଜନ ପାଣିଗ୍ରାହୀଙ୍କ କୁଶଳ ନେତୃତ୍ୱ ଏବଂ କଲେଜ ପ୍ରଶାସନର ସହଯୋଗ ଏହି କାର୍ଯ୍ୟକ୍ରମକୁ ଏକ ଅନୁଷ୍ଠାନିକ ସଫଳତାର ସ୍ଥାନକୁ ପହଞ୍ଚାଇଛି । ଯୁବପିଢ଼ି ଏଠାରେ ଯାହା ଶିଖିଲେ, ତାହା ଭବିଷ୍ୟତ ଜୀବନରେ ସେମାନଙ୍କୁ ସମାଜର ଉତ୍ତମ ନାଗରିକ ଭାବେ ଗଢ଼ିବାରେ ସହାୟକ ହେବ ବୋଲି ଆଶା କରାଯାଉଛି । ଏଭଳି ଉପଯୋଗୀ ତାଲିମ୍ କାର୍ଯ୍ୟକ୍ରମ ଭବିଷ୍ୟତରେ ଅଧିକ ବ୍ୟାପକ ଭାବେ ଆୟୋଜିତ ହେଉ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମହମ୍ମଦ ସରିଫ,ଡ.ଶୁଭ୍ରାଂଶୁ ସୁନ୍ଦର ଦାସ, ହର ପ୍ରସାଦ ପତି , ଡ.ପ୍ରିତିଶ ବେହେରା, ଚନ୍ଦନ ପ୍ରସାଦ, ଚିତ୍ତରଞ୍ଜନ ଦାସ ସୁକାନ୍ତ ପ୍ରଧାନ ଯୋଗଦେଇଥିଲେ ।

9
786 views