logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରଭୁ ନୃସିଂହନାଥଙ୍କ ନୂଆଁଖାଇ ପାଇଁ ଲାଗି ଲଗ୍ନ ପଦ୍ମପୁର, ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମହାପ୍ରଭୁଙ୍କ ନୂଆଁଖାଇ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି ।

ପ୍ରଭୁ ନୃସିଂହନାଥଙ୍କ ନୂଆଁଖାଇ ପାଇଁ ଲାଗି ଲଗ୍ନ
ପଦ୍ମପୁର, ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମହାପ୍ରଭୁଙ୍କ ନୂଆଁଖାଇ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ୨୮ ତାରିଖ ଗୁରୁବାର ଦିନ ପ୍ରଭୁ ନୃସିଂହନାଥ ଓ ପାର୍ଶ୍ୱ ଦେବାଦେବୀଙ୍କ ନିକଟରେ ନବାନ୍ନ ଭୋଗ ଲାଗି ହେବା ପାଇଁ ସମୟ ଧାର୍ଯ୍ୟ ହୋଇଛି । ଦିନ ୧୧ ଘଣ୍ଟିକା ୫୧ ମିନିଟ ୭ ସେକେଣ୍ଡ ରୁ ୧୨ ଘଣ୍ଟା ୨୧ ମିନିଟ ମଧ୍ୟରେ ନବାନ୍ନ ଲାଗି ପାଇଁ ସମୟ ଧାର୍ଯ୍ୟ ହୋଇଛି । ପଣ୍ଡିତ ମଣ୍ଡଳୀ ମନ୍ଦିର ପ୍ରଶାସନକୁ ସମୟ ଧାର୍ଯ୍ୟ ନେଇ ହସ୍ତାନ୍ତର କରିଛନ୍ତି । ପଶ୍ଚିମ ଓଡ଼ିଶାରେ ସମସ୍ତ ଚାଷୀ ଭାଇ ମାନଙ୍କୁ ଏହି ଲଗ୍ନରେ ନବାନ୍ନ ଲାଗି ଅନୁରୋଧ କରିଛନ୍ତି ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୋଷତ୍ତମ ପ୍ରଧାନ । ଆଜିର ପଣ୍ଡିତ ସମାଜର ସଭାପତି ଗିରୀଶ ଚନ୍ଦ୍ର ନାୟକ, ପରିଷଦ ସଭାତି ସୁବଳ ପଣ୍ଡା, ପ୍ରେମାନନ୍ଦ ଦେବତା,ସନ୍ତୋଷ କୁମାର ପାଢ଼ୀ, ସତ୍ୟ ପୁରୋହିତ, ବିଶ୍ୱରଂଜନ ଦାସ,ପଣ୍ଡିତ, ମାତୃ ପ୍ରସାଦ ରଥ,ରଘୁବିର ତ୍ରିପାଠୀ, ସୁନିତ କୁମାର ପୁରୋହିତ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଲଗ୍ନ ଧାର୍ଯ୍ୟ କରାଯାଇଛି । ସୂଚନାଯୋଗ୍ୟ ଯେ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଦଣ୍ଡାୟମାନ ନୃସିଂହନାଥ ମନ୍ଦିର । ଏହା ଏକ ପୌରାଣିକ ମନ୍ଦିର । ତ୍ରୟୋଦେଶ ଶତାବ୍ଦିରେ ଏହି ମନ୍ଦିର ନିର୍ମାଣ ହୋଇଥିଲା । ଯେଉଁଠାରେ ଭଗବାନ ବିରାଡ଼ି ରୂପେ ପୂଜା ପାଉଛନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ମନ୍ଦିର । ଏହି ମନ୍ଦିରର ନିର୍ମାଣ କଳାର ସ୍ୱତନ୍ତ୍ରତା ରହିଛି । ବଣ ଜଙ୍ଗଲରେ ଘେରି ରହିଛି ପ୍ରଭୁ ନୃସିଂହନାଥ ମନ୍ଦିର ।

28
1262 views

Comment