ବିପୁଳ କପସିରପ ଜବତ ସାତ ଜଣ ଗିରଫ।
ସମ୍ବଲପୁର: ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୧୨୦ ବୋତଲ ନିଶା କଫସିରପ ଜବତ କରାଯିବା ସହିତ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉତ୍ତରାଞ୍ଚଳ ଇଆଇଇବି ୟୁନିଟ ପକ୍ଷରୁ ୨ଟି ସ୍ଥାନରେ ଚଢ଼ଉ କରାଯାଇ କଫସିରପ ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ସମ୍ବଲପୁରର ଅଇଁଠାପାଲି ଥାନାଞ୍ଚଳ ଦେଇ ଚାଲାଣ ହେଉଥିବା ୭ ଶହ ନିଶା କଫ ସିରପ ପୁଲିସ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଅବକାରୀ ବିଭାଗର ସୁଚନା ଅନୁଯାୟୀ, ପ୍ରଥମ ଘଟଣାରେ ସମ୍ବଲପୁର – କଟକ ଜାତୀୟ ରାଜପଥର ଧନୁପାଲି ଅଞ୍ଚଳ ଦେଇ କଫସିରପ ଚାଲାଣ ଖବର ମିଳିବା ପରେ ଯାନବାହନ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଯୁଯୁମୁରା ଥାନା ଅନ୍ତର୍ଗତ ହିରୋ ନିବାସୀ ଦେବାଶିଷ ଥାପା(୨୩) ଓ ହୀରାକୁଦ ଥାନାଞ୍ଚଳର ନୁଆଗୁଜାତଲ ନିବାସୀ ତୁଷାର ଭୋଇ(୧୯) ଙ୍କୁ ଏକ ଦାମୀ କାର ସହିତ ଧରାଯାଇଥିଲା। ଗାଡିକୁ ଯାଞ୍ଚ ସମୟରେ ସେଥିରେ ୨୪୦ଟି ନିଶା କଫସିରପ ବୋତଲ ୩ଟି ଜରି ବସ୍ତା ମଧ୍ୟରେ ରଖାଯାଇଥିବା ଦେଖିବାକୁ ମିଳିଥିଲା।