logo

ଦାମନଯୋଡ଼ିରେ ପବିତ୍ର ରକ୍ଷାବନ୍ଧନ ଓ ଶ୍ରୀ ବଳଭଦ୍ରଙ୍କ ଜନ୍ମ ଉତ୍ସବ

ଦାମନଯୋଡ଼ି,୦୯/୦୮:ଦାମନଯୋଡ଼ିରେ ପବିତ୍ର ରକ୍ଷା ବନ୍ଧନ ଓ ବଡ଼ବାଡ଼ ସାଆନ୍ତ ଶ୍ରୀ ବଳଭଦ୍ରଙ୍କ ଜନ୍ମ ଉତ୍ସବ ଶନିବାର ପାଳିତ ହୋଇଯାଇଛି।ଭଉଣୀ ମାନେ ଭାଇମାନଙ୍କୁ ରାକ୍ଷୀ ବାନ୍ଧିବା ସହିତ ମିଷ୍ଟାନ୍ନ ଖୁଆଇଥିଲେ।ଶ୍ରୀବଳଭଦ୍ରଙ୍କ ଜନ୍ମ ଉତ୍ସବ ପାଇଁ ନାଲକୋ ଟାଉନସିପ ସେକ୍ଟର ୧ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।ଶ୍ରୀବଳଭଦ୍ରଙ୍କ ଏକ ମୃଣ୍ମୟ ମୂର୍ତ୍ତି ନିକଟରେ ଷୋଡ଼ଶ ଉପଚାର ପୂଜା,ହୋମ ଆଦି କରାଯାଇଥିଲା।ପୂଜକ ଅଜୟ କୁମାର ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସନ୍ତୋଷ କୁମାର ପଣ୍ଡା କର୍ତ୍ତା ଦାୟିତ୍ଵ ତୁଲାଇଥିଲେ।ପୂଜକ ବିଜୟ କୁମାର ପଣ୍ଡା,ଅମୀୟ କୁମାର ସାମନ୍ତରାୟ,ବିପିନ ବିହାରୀ ପଣ୍ଡା ଓ ବିଜୟ କୁମାର ଆଚାର୍ଯ୍ୟ ସହଯୋଗ କରିଥିଲେ।ବହୁ ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ସହିତ ରାକ୍ଷୀ ପ୍ରଦାନ ଓ ଭୋଗଲାଗି କରିଥିଲେ।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ନାଲକୋ ସମୂହ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ,ସମ୍ପାଦକ କୈଳାସ ସେନାପତି,ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀଙ୍କ ସହିତ ଶିଶିର ପରିଡ଼ା,ଅନାମ ଚରଣ ନାୟକ,ଦିଲ୍ଲୀପ କୁମାର ଭୂୟାଁ,ଆର.ଏନ.ମୁଦୁଲି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।ଦାମନଯୋଡ଼ିର ବିଭିନ୍ନ ସ୍ଥାନରେ ଥିବା ଶିବ ମନ୍ଦିର,ମାଥାଲପୁଟ ଶ୍ରୀରାଧାକୃଷ୍ଣଙ୍କ ମନ୍ଦିର,ତ୍ରିନାଥ ମନ୍ଦିର ଓ ଟାଉନସିପର ଶ୍ରୀ ଅଭୟ ଆଞ୍ଜେନେୟଙ୍କ ମନ୍ଦିର ସହିତ ଅନ୍ୟ ମନ୍ଦିର ମାନଙ୍କରେ ମଧ୍ୟ ସ୍ୱତନ୍ତ୍ର ପୂଜାନୀତି ହୋଇଥିଲା।ଶ୍ରଦ୍ଧାଳୁ ମାନେ ଦିଅଁ ମାନଙ୍କୁ ରାକ୍ଷୀ ପ୍ରଦାନ କରୁଥିବା ଦେଖାଯାଇଥିଲା।ସେକ୍ଟର ୧ସ୍ଥିତ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ରାଜଯୋଗ ଉପ ସେବାକେନ୍ଦ୍ର ଠାରେ ମଧ୍ଯ ରକ୍ଷାବନ୍ଧନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

58
2560 views