logo

ଆସନ୍ତା ୨୦୨୬ ଶୀତଳ ଷଷ୍ଠୀ ରେ ନୂଆପଡ଼ା ରେ ହେବ ହିମାଦ୍ରୀ ନଗର।



ବରପାଲି (ନିପ୍ର)
ବରପାଲି ର ଆସନ୍ତା ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ବରପାଲି ନୂଆ ପଡ଼ା ବାସି ଶୈବ ଭକ୍ତ ଙ୍କୁ ଆଜି ଯାତ୍ରା କମିଟି ତରଫ ରୁ ବିଧିବଦ୍ଧ ଭାବେ ଆଜି ସ୍ଵୀକୃତି ପ୍ରଦାନ କରାଯାଇଛି ।
ବହୁ ବର୍ଷ ହେଲା ନୂଆପଡ଼ା ବାସୀ କନ୍ୟା ପକ୍ଷ ଦାୟିତ୍ଵ ନିର୍ବାହ କରିବା ପାଇଁ ଆବେଦନ କରିଥିଲେ । ଆସନ୍ତା ବର୍ଷ ପାଇଁ ଏହି ଦାୟିତ୍ଵ ମିଳିଛି । ଆଜି ନୂଆ ପଡ଼ାର ଶୈବ ଭକ୍ତ ଗଣ ସିଦ୍ଧେଶ୍ୱର ଶିବ ମନ୍ଦିର ରୁ ଶତାଧିକ ମହିଳା ଙ୍କ ସମେତ ବହୁ ଶୈବ ଭକ୍ତ ଏକ ଶୋଭାଯାତ୍ରା ରେ ନଗର ପରିକ୍ରମା କରି କପିଳେଶ୍ଵର ମନ୍ଦିର ରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ପରେ ଯାତ୍ରା କମିଟି ର ସଭାପତି ଆନନ୍ଦ ବାବୁ, ସମ୍ପାଦକ ଜୟନ୍ତ ତ୍ରିପାଠୀ , ହିମାଦ୍ରି ନଗର କମିଟି ସଭାପତି ସୁବୋଧ ଷଡ଼ଙ୍ଗୀ, ସମ୍ପାଦକ ଧିରେନ ତ୍ରିପାଠୀ ଙ୍କ ଉପସ୍ଥିତି ରେ ତାଙ୍କୁ ସ୍ଵୀକୃତି ପତ୍ର ପ୍ରଦାନ କରିଥିଲେ। ଆସନ୍ତା ବର୍ଷ ଶୀତଳ ଷଷ୍ଠୀ ଯାତ୍ରା ରେ ଶିବ କୁମାର ଅଗ୍ରୱାଲ ଓ ପତ୍ନୀ ଗାୟତ୍ରୀ ଦେବୀ ଅଗ୍ରୱାଲ କନ୍ୟା ପିତା ମାତା ଦାୟିତ୍ଵ ନିର୍ବାହ କରିବେ । ଏହି କାର୍ଯ୍ୟକ୍ରମ ରେ ବିଜେପୁର ବିଧାୟକ ସନତ କୁମାର ଗଡତିୟା ମଧ୍ୟ ଯୋଗ ଦେଇ ଥିଲେ।ବହୁ ବର୍ଷ ର ଆଶା ପୁରଣ ହୋଇଥିବାରୁ ନୂଆପଡ଼ା ବାସୀ ବହୁ ଉତ୍ସାହିତ ହୋଇଛନ୍ତି ।

2
12 views