logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ୟୁଏଏସ୍ ବ୍ୟବସ୍ଥାକୁ ବିରୋଧ କରି ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷ୍ୟା ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ

ବେଲଗୁଣ୍ଠା-୩୧/୦୭-ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ୍ ( ୟୁଏଏସ୍) ଲାଗୁ ପୂର୍ବରୁ ବିଦ୍ୟାଳୟରେ ଭିତ୍ତିଭୂମି ସୁଦୃଢ଼ କରିବାକୁ ବେଲଗୁଣ୍ଠା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଦାବି କରାଯିବା ସହିତ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I ବର୍ତ୍ତମାନ ସୁଦ୍ଧା ଏହି ପ୍ରକ୍ରିୟା ପାଇଁ ସରକାରଙ୍କ ତରଫରୁ ବହୁ ବିଦ୍ୟାଳୟକୁ ଟାବଲେଟ୍ ଯୋଗାଇ ଦିଆଯାଇନଥିବା ବେଳେ କାହାକୁ ମଧ୍ଯ ମୋବାଇଲ୍ ଯୋଗାଇ ଦିଆଯାଇ ନାହିଁ I ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟାବଲେଟ୍ ଯୋଗାଇ ଦିଆଯାଇଛି ତାହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସିମ୍ କିମ୍ବା ଇଣ୍ଟରନେଟ୍ ର ବ୍ୟବସ୍ଥା କରାଯାଇ ନାହିଁ I କିଛି ବିଦ୍ୟାଳୟରେ ନେଟୱର୍କ୍ ର ସୁବିଧା ନଥିବା ବେଳେ ସମସ୍ତ ବିଦ୍ୟାଳୟରେ ଶ୍ରେଣୀ ଅନୁଯାୟୀ ଶିକ୍ଷକର ଅଭାବ ରହିଛି I ଏହା ସହିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆବଶ୍ଯକ ପଦୋନ୍ନତି ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବା ପାଇଁ ମଧ୍ୟ ଦାବି କରାଯାଇଛି I ସମସ୍ତ ସମସ୍ୟାର ଶତପ୍ରତିଶତ ସମାଧାନ ନହେବା ପର୍ଯ୍ୟନ୍ତ ବିଦ୍ୟାଳୟରେ ୟୁଏଏସ୍ ବ୍ୟବସ୍ଥା ଲାଗୁ ନକରିବା ପାଇଁ ଶିକ୍ଷକ ସଂଘ ତରଫରୁ ଦାବି କରାଯାଇଛି I ଏହି ପ୍ରରିପ୍ରେକ୍ଷୀରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ବସନ୍ତ ଜେନାଙ୍କ ନେତୃତ୍ୱରେ ସମ୍ପାଦକ ତଥା ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ସାବତ, ଉପସଭାପତି ସଚ୍ଚିଦାନନ୍ଦ ପ୍ରଧାନ, ସଂଗଠନ ସମ୍ପାଦକ ଅଶୋକ କୁମାର ବେହେରା, ଜିଲ୍ଲା ପ୍ରତିନିଧି ବଲ୍ଲଭ ପଣ୍ଡା, ଗଂଜାମ ଜିଲ୍ଳା ସଂଗଠନ ସମ୍ପାଦକ ସମୀର କୁମାର ଜେନା, ଉପଦେଷ୍ଟା ସୁବ୍ରତ ପାତ୍ର, ଅକ୍ଷୟ କୁମାର ଦାସ, ମନୋଜ କୁମାର ପଣ୍ଡା, ସୁନିଲ୍ ପାତ୍ର, ମାନସ ରଞ୍ଜନ ଶତପଥି,ବିଷ୍ଣୁପ୍ରସାଦ ବେହେରା, ଅବସରପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ମହାପାତ୍ର , ଜୟ ବିଷୋୟୀ, ସୂର୍ଯ୍ୟମଣି ବେହେରା, ସୂର୍ଯ୍ୟକାନ୍ତ ପଟ୍ଟନାୟକ ପ୍ରମୁଖ ଏବିଇଓ ପ୍ରତିଭା ରଥଙ୍କ ଉପସ୍ଥିତିରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ I

102
848 views

Comment