logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଚାରା ବଣ୍ଟନ ଓ ରୋପଣ କାର୍ଯ୍ୟକ୍ରମ

*ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଚାରା ବଣ୍ଟନ ଓ ରୋପଣ କାର୍ଯ୍ୟକ୍ରମ।*

*(ମାଁ ପାଇଁ ଗଛ ଟିଏ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀଙ୍କ ପୌରହିତ୍ୟରେ ଚାରା ବଣ୍ଟନ ଓ ରୋପଣ ତଥା 'ମାଁ ପାଇଁ ଗଛ ଟିଏ' କାର୍ଯ୍ୟକ୍ରମ ଆଜି ଉଦଯାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ବିଭୁତି ଭୁଷଣ ବେବର୍ତ୍ତା, ସହ ପ୍ରଶାସନିକ ଅଧିକାରୀ ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଶୈକ୍ଷିକ ଅଧିକାରୀ ଡ. ସ୍ମିତାରାଣୀ ପଣ୍ଡା, ଯୁବ ରେଡକ୍ରସ, ଜାତୀୟ ସେବା ଯୋଜନାର ତିନୋଟି ୟୁନିଟ ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ସ୍କାଉଟ୍ ଏବଂ ରୋଭର୍ସ ଶାଖାର ଅଧିକାରୀ ବର୍ଗ ଅଧ୍ୟାପକ ସରୋଜ କୁମାର ପଣ୍ଡା, ରାଜେଶ କୁମାର ସାହୁ, ପବିତ୍ର ଧଙ୍ଗଡାମାଝୀ, ଚିତ୍ରସେନ ବେହେରା, ଡ. ଅଜିତ କୁମାର ମୁନୀ, ସୁଶ୍ରୀ ଯୋଗେଶ୍ବରୀ ଧରୁଆଙ୍କ ସମେତ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ୨୮ ଏବଂ ୨୯ ତାରିଖ ଦୁଇ ଦିନ ଧରି ଚାଲିଥିଲା। ଆସିକା ବନାଞ୍ଚଳ, ଘୁମୁସର ବନଖଣ୍ଡର ବନାଧିକାରୀ ପ୍ରମୋଦ କୁମାର ପଣ୍ଡା ୭୫୦ ବୃକ୍ଷ ଚାରା ଆମ୍ବାବାଡୀ ନର୍ସରୀରୁ ଯୋଗାଇ ଦେଇଥିଲେ। ଆସିକା ବନାଞ୍ଚଳର କର୍ମଚାରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସଚ଼େତନ ଏବଂ ସହଯୋଗ କରିଥିଲେ। ଅଧ୍ୟକ୍ଷ ଡ. ଚୌଧୁରୀ ବୃକ୍ଷ ରୋପଣର ସଚ଼େତନତା ବାର୍ତ୍ତା ରଖିଥିଲେ ଏବଂ କହିଥିଲେ ଯେ ବୃକ୍ଷ ଦ୍ବାରା ସଂସାରକୁ ଅମ୍ଳଜାନ ମିଳେ ତେଣୁ ଚାରା ରୋପଣ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମୌଳିକ କର୍ତ୍ତବ୍ୟ ଅଟେ। ମାଁ ଯେପରି ତୁମମାନଙ୍କ ଯତ୍ନରେ କୌଣସି ପ୍ରକାରର ଅବହେଳା କରନ୍ତି ନାହିଁ, ସେହିପରି ତୁମେମାନେ ମଧ୍ୟ ଗୋଟିଏ ଚାରାକୁ ହୃଦୟର ସହିତ ଯତ୍ନ ନେବା ପାଇଁ ଆହ୍ବାନ କରିଥିଲେ। ଯୁବ ରେଡକ୍ରସ ଉପଦେଷ୍ଟା ରାଜେଶ କୁମାର ସାହୁ କହିଥିଲେ ପାଦପ ମାନେ ବୃକ୍ଷ ଏବଂ ପାଦପ ହେଉଛି ଭଗବାନଙ୍କ ପାଦ ସଦୃଶ୍ୟ। ତେଣୁ ଗଛକୁ ଜଳରେ ଶିକ୍ତ କରିବାର ଅର୍ଥ ହେଉଛି ଭଗବାନଙ୍କ ଚରଣାରବିନ୍ଦକୁ ପ୍ରକ୍ଷାଳନ କରିବା। ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଁଙ୍କ ନାମରେ ଗୋଟିଏ ଚାରା ରୋପଣ କରିବା ପାଇଁ ସମସ୍ତଙ୍କୁ ଅନୁରୂପ ସଚ଼େତନ ଏବଂ ବଣ୍ଟନ କରାଯାଇଥିଲା।

113
6306 views

Comment