logo

ମୁକ୍ତ ହେବେ ନିମିଷା ପ୍ରିୟା।

ମୁକ୍ତ ହେବେ ନିମିଷା ପ୍ରିୟା ! ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଲେ ଖ୍ରୀଷ୍ଟିଆନ ଧର୍ମ ପ୍ରଚାରକ
ୟେମେନ ଜେଲ୍‌ରେ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କୁ ମୁକ୍ତ କରାଯିବ। ଖ୍ରୀଷ୍ଟିଆନ ଧର୍ମପ୍ରଚାରକ କେ.ଏ. ପଲ୍‌ ଏହି ଦାବି କରିଛନ୍ତି। ଏଥିସହ କେ.ଏ. ପଲ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଖ୍ରୀଷ୍ଟିଆନ ଧର୍ମପ୍ରଚାରକ ତଥା ଗ୍ଲୋବାଲ ପିସ୍ ଇନିସିଏଟିଭ୍‌ର ପ୍ରତିଷ୍ଠାତା ଡା. କେ.ଏ. ପଲ୍ ଏକ ଭିଡିଓ ବାର୍ତ୍ତାରେ ଦାବି କରିଛନ୍ତି ଯେ, ୟେମେନର ରାଜଧାନୀ ସନାର ଏକ ଜେଲରେ ବନ୍ଦୀ ଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡକୁ ବାତିଲ କରିଦିଆଯାଇଛି। ଡା. ପଲ୍ ଏକ ଭିଡିଓ ବାର୍ତ୍ତାରେ ୟେମେନର ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସେମାନଙ୍କ ପ୍ରୟାସକୁ ପ୍ରଶଂସା କରିଛନ୍ତି।

1
0 views