logo

ପିଡିତାଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଦୀପ ଦାନ କଲେ ଓ ଥାନା କୁ ଯାଇ ତ୍ୱରିତ ନାୟ ପାଇଁ ଅଧିକାରୀ ଙ୍କୁ ପରାମର୍ଶ ଦେଲେ ପୂର୍ବତନ ମନ୍ତ୍ରୀ।

ପିଡିତାଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଦୀପ ଦାନ କଲେ ଓ ଥାନା କୁ ଯାଇ ତ୍ୱରିତ ନାୟ ପାଇଁ ଅଧିକାରୀ ଙ୍କୁ ପରାମର୍ଶ ଦେଲେ ପୂର୍ବତନ ମନ୍ତ୍ରୀ।
ପୁରୀ -ଆଜି ଅପରାହ୍ନରେ ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ର ପୀଡ଼ିତା ନାବାଳିକାର ଆଶୁ ଆରୋଗ୍ୟ କାମନା କରି ଶ୍ରୀ ଶ୍ରୀ ଵକ୍ରେଶ୍ଵର ଦେଵଙ୍କ ମନ୍ଦିର ପ୍ରାଙ୍ଗଣରେ ସମୂହ ଦୀପଦାନ କାର୍ଯ୍ୟ ବିଜେପି ଦଳର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନେତୃତ୍ଵରେ ଵଳଙ୍ଗା ଅଞ୍ଚଳର ଶତାଧିକ କର୍ମୀଙ୍କ ସହିତ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ଶ୍ରୀ ଦାଶ ଵକ୍ରେଶ୍ଵର ଦେବଙ୍କ ପାଖରେ ଆଶୁ ଆରୋଗ୍ୟ କରିବା ସହିତ ଦୀପଦାନ କରି ଶତାଧିକ କର୍ମୀଙ୍କ ସହିତ ଵଳଙ୍ଗା ଥାନାରେ ପହଞ୍ଚି ଵଳଙ୍ଗା ଥାନା ଅଧିକାରୀ ଓ ପିପିଲି ଏସ ଡି ପିଓ ଙ୍କ ସହିତ ଆଲୋଚନା କରିଥିଲେ। କିପରି ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ନିବେଦନ କରିଥିଲେ। ମୁଁ ବିଧାୟକ ୧୫ ବର୍ଷ ହେଲା ରହିଥିଲି କିନ୍ତୁ ଏଭଳି ଘଟଣା ମୋ ସମୟରେ ମୋ ନିର୍ବାଚନ ମଣ୍ଡଳୀରେ ଘଟିନଥିଲା କିନ୍ତୁ ବର୍ତମାନ କଣ ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରିବା ସହିତ ଦୁଃଖ ପ୍ରକାଶ କରିଥିଲେ। ଶୀଘ୍ର ଆଶାମି ମାନଙ୍କୁ ଧରିବା ଓ ଏଭଳି ଘଟଣା ର ପୂନରାବୃତି ନହୁଏ ସେଥିପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ବ୍ଲକ ଉପାଧ୍ୟକ୍ଷା ଅନସୂୟା ମହାନ୍ତି, ଜୀଵନାନନ୍ଦ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ , ଅଶୋକ ସାହୁ,ଉପସ୍ଥିତ ଥିଲେ।

1
0 views