
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଆର୍ଯ୍ୟବିହାର ନିରାକାରପୁର ପରିସରରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ମାତୃ ସମ୍ମିଳନୀ
ଖୋର୍ଦ୍ଧା,୨୦/୭ : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ଆର୍ଯ୍ୟବିହାର ନିରାକାରପୁର ପରିସରରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର "ମାତୃ ସମ୍ମିଳନୀ" ହୋଇଯାଇଅଛି।ଉକ୍ତ ସମ୍ମିଳନୀରେ ୧୪୩ ଜଣ ମାଆ ଉପସ୍ଥିତ ଥିଲେ।ବିଦ୍ୟାମନ୍ଦିରର ବ୍ଯବସ୍ଥାନୁସାରେ ସର୍ବପ୍ରଥମେ ଉପସ୍ଥିତ ଥିବା ମା' ସବିତା ବିଶ୍ଵାଳ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଆଚାର୍ଯ୍ୟ ଅଭିଭାଷଣରେ କହିଥିଲେ -- " ବିଦ୍ୟାମନ୍ଦିର ଓ ଅଭିଭାବକ ରେଳ ଧାରଣାର ଦୁଇ ପାର୍ଶ୍ଵ ଭଳି ଦୁଇ ରେଳଧରଣା ଭିତରେ ସୁ ସମନ୍ୱୟ ରହିଲେ ଶିଶୁର ଶିକ୍ଷା ରୂପକ ଗାଡି ଦ୍ରୁତ ଗତିରେ ଗଡିବ , ନଚେତ ରେଳ ଗାଡ଼ି ଲାଇନ୍ ଚ୍ୟୁତ ହେଲା ଭଳି ଶିଶୁର ସାମଗ୍ରିକ ବିକାଶ ହୋଇ ପାରିବ ନାହିଁ।ଠିକ୍ ସେହିପରି ଅଭିଭାବକ ଓ ବିଦ୍ୟାମନ୍ଦିରର ଦୁଇ ପାର୍ଶ୍ଵରୁ ଗୋଟିଏ ପାର୍ଶ୍ଵର ସହଯୋଗ ଊଣା ହେଲେ ଶିକ୍ଷା , ଶୃଙ୍ଖଳାରେ ବ୍ୟତିକ୍ରମ ଦେଖାଦେବ। ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟା ନଳିନୀ ରଥ ମହୋଦୟା ଶିକ୍ଷଣ ପଦ୍ଧତିର ବିଭିନ୍ନ ଧାରାର ଆଲୋଚନା କରି ନିଜର ବକ୍ତବ୍ୟରେ କହିଥିଲେ ଆନନ୍ଦଦାୟୀ ଶିକ୍ଷାହିଁ ଶିଶୁର ଶିକ୍ଷାବିକାଶରେ ସହଜଲବ୍ଧ ହୋଇଥାଏ।ପରେ ପରେ ଗୁରୁଜୀ ଗୁରୁମାଙ୍କ ଶିକ୍ଷଣ କାଳାଂଶର ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଯାହାକୁ ଉପସ୍ଥିତ ମାଆମାନେ ଆଗ୍ରହର ସହିତ ଭିଡିଓ ଦେଖି ଶିକ୍ଷଣ ସମ୍ବନ୍ଧରେ ଅବଗତ ହୋଇଥିଲେ ।ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ସମସ୍ତ ଗୁରୁଜୀ ଗୁରୁମା ନିଜର ପରିଚୟ ପ୍ରଦାନ କରିବା ସହିତ ଶିକ୍ଷାଦାନ କରୁଥିବା ବିଷୟଗୁଡିକର ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ବିନୋଦ ବିହାରୀ ସେଠୀ ସଭା ପରିଚାଳନା କରିଥିଲେ ଏବଂ ରୁବିନା ଗୁରୁମା , ତିଳୋତ୍ତମା ଗୁରୁମା , ସୌନ୍ଦର୍ଯ୍ୟା ଗୁରୁମା , ପ୍ରମୋଦିନୀ ଗୁରୁମା ,କିଶୋର ଗୁରୁଜୀ , ସର୍ବେଶ୍ଵର ଗୁରୁଜୀ , ମିନତୀ ଗୁରୁମା , ବୈଶାଖୀ ଗୁରୁମା , ଲକ୍ଷ୍ମୀପ୍ରିୟା ଗୁରୁମା , ଶୁଭଶ୍ରୀ ଗୁରୁମା , ଶୁଭଲକ୍ଷ୍ମୀ ଗୁରୁମା ତଥା ଅନ୍ୟ ସମସ୍ତ ଗୁରୁମା ସହଯୋଗ କରିଥିଲେ ।ଭିଡିଓ ପ୍ରଦର୍ଶନରେ ନିହାର ଗୁରୁଜୀ ଓ ପବିତ୍ର ଗୁରୁଜୀ ସହଯୋଗ କରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ।