logo

ଠାକୁରଗଡ଼ - କନ୍ତପଡ଼ା ପୂର୍ତ୍ତ ବିଭାଗ ପ୍ରସସ୍ଥି କରଣ କାର୍ଯ୍ୟ ବିଳମ୍ବ କୁ ନେଇ ଜନ ଅସନ୍ତୋଷ l

ଅନୁଗୋଳ (କରୁଣାକର ନାୟକ)୨୦/୭ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଷୋଳପଦା ଅଂଚଳ ର ଠାକୁରଗଡ଼ - କନ୍ତପଡ଼ା ପଞ୍ଚାୟତ କୁ ସଂଯୋଗ କରୁଥିବା ୨୦ କିଲୋମିଟର ରାସ୍ତା ର ପ୍ରଶସ୍ଥି କରଣ କାର୍ଯ୍ୟ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୨୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି l ଉକ୍ତ ରାସ୍ତାର ଦୁଇବର୍ଷ ହେଲାଣି ରାସ୍ତା କାର୍ଯ୍ୟ ର ଅବଧି ଶେଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଉକ୍ତ ରାସ୍ତାର କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୋଇଥିବା ଜନତା ଙ୍କୁ ବିସ୍ମିତ କରିଛି l କନ୍ତପଡ଼ା କ୍ରସର ଠାରୁ ଘଣାଯୋଡି ଗାଁ ମୁଣ୍ଡ ପର୍ଯ୍ୟନ୍ତ ୧ କିମି ଦୂର ରାସ୍ତା ଓ ରାଣୀ ବନ୍ଧ ଗ୍ରାମ ର ବନ୍ଧ ନିକଟ ଠାରୁ ୫/୬ ଟି ସ୍ଥାନରେ ଠାଏ ଠାଏ କାମ ନହୋଇ ଅଧା ପାନ୍ତୁରିଆ ଭାବେ ପଡ଼ିଥିବା ବେଳେ ଠାକୁରଗଡ଼ ଶିବ ମନ୍ଦିର ଠାରୁ ଲକ୍ଷ୍ମୀ ବଜାର ପର୍ଯ୍ୟନ୍ତ କାମ ନହୋଇ ପଡ଼ି ରହିଥିବା ଦେଖିବାକୁ ମିଳୁଛି l କାମ ନ ହୋଇ ଅଧା ପନ୍ତୁରିଆ ଭାବେ ପଡ଼ି ରହିଥିବା ରାସ୍ତା ଗୁଡ଼ିକ ରେ ଖାଲ ଖମଣ ହୋଇ ରହିଥିବା ବେଳେ ବର୍ତମାନ ର ବର୍ଷାଦିନେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି l ତତ୍ ସହିତ ଖାଲ ଖମଣା ରାସ୍ତାରେ ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଯାନବାହନ ଚଳାଚଳରେ ବହୁ ଅସୁବିଧା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି l ଯିଏ ଉକ୍ତ ରାସ୍ତାରେ ଯାତାୟାତ କରୁଛି ସିଏ ହିଁ ପ୍ରକୃତ ଅସୁବିଧା ବିଷୟରେ ଅନୁଭବ କରି ପାରୁଛି l ରାସ୍ତା ର କାର୍ଯ୍ୟପାଇଁ ଅଞ୍ଚଳ ବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି l ଏଥିପାଇଁ ଦାୟୀ କିଏ ? ପୂର୍ତ୍ତ ବିଭାଗ ତାଗିଦ୍ ର ଅଭାବ ନା ଠିକାଦାର ଖାମା ଖିଆଲ ନୀତି ପୋଷଣ ? ଉକ୍ତ ରାସ୍ତାର କାର୍ଯ୍ୟ ଅବଧି ଶେଷ ହୋଇ ଯାଇଥିଲେ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ନହୋଇ ବିଳମ୍ବ କୁ ନେଇ ଠାକୁରଗଡ଼, ମଇମୁରା, କନ୍ତପଡ଼ା ପଞ୍ଚାୟତ ବାସୀ ଙ୍କ ମନ ରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବାର ଦେଖିବାକୁ ମିଳିଛି l ଯଥା ଶ୍ରୀଘ୍ର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରି ରାସ୍ତା ର ସମସ୍ୟା କୁ ଦୂର କରିବାକୁ ସାଧାରଣ ରେ ଦାବୀ ହେଉଛି l

5
230 views