logo

ପ୍ରତାପ ପୁର ତୁମ୍ବେଶ୍ୱର ମନ୍ଦିର ଟ୍ରଷ୍ଟ ଦାୟିତ୍ୱ ନେଲେ ତହସିଲଦାର ବିନୋଦ କୁମାର ବେହେରା !

ଗଞ୍ଜାମ ଜିଲ୍ଲା -ପୁରୁଷୋତ୍ତମପୁର ବ୍ଳକର ପ୍ରତାପୁର ଗ୍ରାମରେ ବିରାଜିତ ପ୍ରଭୁ ରାମଚନ୍ଦ୍ର ଙ୍କ ଦ୍ୱାରା ଲାଉତୁମ୍ବ କୁ ନେଇ ପୂଜା କରିଥିବା ଠାକୁର ତୁମ୍ବେଶ୍ୱର ମନ୍ଦିର ର ବିଭିନ୍ନ ସମୟ ରେ ସମାଜସେବୀ ନିର୍ମଳ ସାହୁଙ୍କ ଠାରୁ ଆରମ୍ଭ କରି ଅଶୋକ କୁମାର ସାମନ୍ତରା ମନ୍ଦିର ଟ୍ରଷ୍ଟ ହୋଇ ମନ୍ଦିର କାର୍ଯ୍ୟ ସମ୍ଭାଳି ଆସୁଥିଲେ | ତେବେ ପ୍ରତାପୁର ଗ୍ରାମର ଗ୍ରାମବାସୀ ତଥା ହାଇକୋର୍ଟ ର ଆଇନଜିବୀ ପଦ୍ମ ଚରଣ ପଟ୍ଟନାୟକ(କମା ) ବାବୁ ଙ୍କ ପରାମର୍ଶ କ୍ରମେ ଦେବୋତ୍ତର ବିଭାଗ ସହଯୋଗ ରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଙ୍କୁ ମନ୍ଦିର ଦେବୋତ୍ତର ବିଭାଗର ଟ୍ରଷ୍ଟି କରିବା ପାଇଁ ନିର୍ଦେଶ ନାମା ଜାରିକରୀ ତାଙ୍କୁ ନିଯୁକ୍ତି ଦେଇଥିଲେ | ତେବେ ଏହା ପୂର୍ବରୁ ଥିବା ମହିଳା ତହସିଲଦାର ଲୋପାମୁଦ୍ରା ରଥ ଙ୍କ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଟ୍ରଷ୍ଟ ଦାଇତ୍ୱ ଗ୍ରହଣ କରିପାରି ନଥିଲେ | ତାଙ୍କର ବଦଳି ପରେ ଏଠାକୁ ଆସିଥିବା ନୂତନ ତହସିଲଦାର ବିନୋଦ କୁମାର ବେହେରା ଗତ କାଲି ପ୍ରତାପୁର ତୁମ୍ବେଶ୍ୱର ମନ୍ଦିର କୁ ଯାଇଥିଲେ | ଏବଂ କିଛି ସେବାୟତ ଙ୍କ ଉପସ୍ଥିତି ରେ ମନ୍ଦିର ର ଉନ୍ନତି କରଣ ସ୍ୱଚ୍ଛ ପରିବେଶ, ସୁସ୍ଥ ଅନୁଶାସନ ଉପରେ ଏକ ବୈଠକ କରି ମନ୍ଦିର ର ଟ୍ରଷ୍ଟ ଦାଇତ୍ୱ ପୂର୍ବତନ ଟ୍ରଷ୍ଟ ଥିବା ସମାଜ ସେଵୀ,ରାଜତିନଜ୍ଞ, ଅଶୋକ ସାମନ୍ତରା ଙ୍କ ଠାରୁ ଦାଇତ୍ୱ ନେଇଥିଲେ | ତହସିଲଦାର ଙ୍କ କହିବା କଥା ଆଗାମୀ ଦିନରେ ଏକ ବୈଠକ କରି ମନ୍ଦିର ର ସମସ୍ତ ସେବାୟତ ଓ କିଛି ଗ୍ରାମବାସୀ,ଆଇନ ଜିବୀ,ବୁଦ୍ଧିଜିବୀ ଓ ବରିଷ୍ଟ ନାଗରିକ ଙ୍କୁ ନେଇ ଆଗାମୀ ଦିନରେ ମନ୍ଦିର ର ବହୁବିଧ ଉନ୍ନତି ଉପରେ ଧ୍ୟାନ ଦିଆଯିବ ବୋଲି କହିଥିଲେ |

61
1439 views