ଏୟାରଲିଫ୍ଟ ହେବେ : ବଳଙ୍ଗା ପୀଡିତ।
ସରକାର ପ୍ରସ୍ତୁତ, ଆବଶ୍ୟକ ପଡିଲେ ବଳଙ୍ଗା ପୀଡ଼ିତାଙ୍କୁ ପଠାଯିବ ଦିଲ୍ଲୀ ଏମ୍ସ – ମୁଖ୍ୟମନ୍ତ୍ରୀ
ସୋସିଆଲ ମେଡିଆ।
ବଳଙ୍ଗା ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆବଶ୍ୟକ ପଡିଲେ ପୀଡ଼ିତାଙ୍କ ଅଧିକ ଚିକିତ୍ସା ପାଇଁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍ସକୁ ନିଆଯିବ।
ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଗୋଟିଏ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଏ ଘଟଣାରେ ପୋଲିସ୍ ଆମୂଳଚୂଳ ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ପୀଡିତା ବର୍ତ୍ତମାନ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ପୀଡିତାଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ରାଜ୍ୟ ସରକାର ସମ୍ପୃକ୍ତ ପୀଡିତାଙ୍କୁ ଏୟାରଲିଫ୍ଟ କରି ଦିଲ୍ଲୀ ଏମ୍ସରେ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ପୀଡିତାଙ୍କ ସ୍ୱାସ୍ଥ୍ୟ ପରିସ୍ଥିତି ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମ୍ଓ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ପରିସ୍ଥିତି ସମ୍ପର୍କରେ ଖବର ରଖାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଝିଅ ମାନଙ୍କ ପ୍ରତି ହେଉଥିବା ଏପରି ଦୁଃଖଦ ଘଟଣା ରେ ଓଡ଼ିଶା ମର୍ମାହତ। ଏପରି ବାରମ୍ବାର ଘଟଣା ସମାଜର ଏକ ଘୃଣ୍ୟ ଛବି କୁ ଉନ୍ମୋଚିତ କରୁ ନାହିଁକି? ଦାୟୀ କିଏ , ଆଜି ର ପ୍ରଶ୍ନ ?