
ଟୁଇଟର ଏକ୍ସକୁ ସରକାରଙ୍କ ପ୍ରତି ବିଭଗ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଉପଜିଲ୍ଲାପାଳ ଙ୍କ ଜରିଆରେ ଦାବୀ ପତ୍ର l
ଅନୁଗୋଳ ( କରୁଣାକର ନାୟକ)୧୯/୭ ସମଗ୍ର ଦେଶରେ ଡିଜିଟାଲ ଇଣ୍ଡିଆକୁ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଥିଲେ। କିନ୍ତୁ ଏହା ଠିକ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଅନେକ ସରକାରୀ କାର୍ଯ୍ୟକ୍ରମ ସଫଳ ହୋଇପାରୁ ନ ଥିବା ଅଭିଯୋଗ ହେଉଛି ।
ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ସରକାର ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ଯୋଡ଼ିହେବା ସହିତ ନାନା ସମସ୍ୟାର ସମାଧାନ ହୋଇପାରିବ। ସାମାଜିକ ଗଣମାଧ୍ୟମ ମଧ୍ୟରେ
‘ଏକ୍ସ' ପ୍ରମୁଖ ମାଧ୍ୟମ ଏହି ବ୍ୟବସ୍ଥାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ, ବିଭାଗୀୟ ଅଧିକାରୀ ବିଭିନ୍ନ ବ୍ୟକ୍ତିବିଶେଷ ସାମ୍ବାଦିକ ଏବଂ ଜନସାଧାରଣ ଏହାକୁ ବ୍ୟବହାର କରିଥାନ୍ତି। ଯେକୌଣସି ପଦସ୍ତ ଅଧିକାରୀ ବ୍ୟକ୍ତିବିଶେଷ କିଛି ପୋଷ୍ଟ କଲେ ତାହା ଗଣମାଧ୍ୟମର ମୁଖ୍ୟ ଖବର ଭାବେ ସ୍ଥାନିତ ପାଇଥାଏ। ନିକଟ ଅତୀତରେ ବାଲେଶ୍ଵର ଫକୀର ମୋହନ ଶୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୋମ୍ୟାଶ୍ରୀ ବିଶି ମଧ୍ୟ ଜୁଲାଇ ୧ ତରିକରେ 'ଏକ୍ସ' ମାଧ୍ୟମରେ ରାଜ୍ୟ ସରକାର, ଉଚ୍ଚଶିକ୍ଷା ବିଭାଗ, କେନ୍ଦ୍ର ଉଚ୍ଚ ଶିକ୍ଷା ବିଭାଗ, ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ଜିଲ୍ଲାପାଳ ଆଦି ସମସ୍ତଙ୍କୁ ଟୁଇଟରରେ ତାଙ୍କ ସମସ୍ୟାର ଅଭିଯୋଗ ଜଣାଇଥିଲେ। ତାଙ୍କ ତ୍ୱିଟକୁ ଗୁରୁତ୍ଵ ଦିଆଯାଇ ନ ଥିବାରୁ ଅବେହେଲାର ସ୍ବୀକାର ହୋଇ ସେ ଆତ୍ମହୁତି ଦେଇଛନ୍ତି। 'ଏକ୍ସ' ରେ ସେ କରିଥିବା ଅଭିଯୋଗ ସମାଧାନ ହୋଇଥିଲେ ଆଜି ସାରା ରାଜ୍ୟରେ ଏଭଳି ପରିସ୍ଥିତି ସୃଷ୍ଟି ହୋନଥାନ୍ତା।
ତେଣୁ 'ଏକ୍ସ' ରେ ହେଉଥିବା ଅଭିଯୋଗ କୁ ଅଗ୍ରାଧିକାର ଦେବା ଦାବିରେ ରାଜ୍ୟସ୍ତରୀୟ ସଂଗଠନ ‘ଆସେସୋସିଅନ ଅଫ ଟ୍ଵିଟର ଆକ୍ଟିଭିଷ୍ଟି’ (ଆଟା)ର ଆଠମଲ୍ଲିକ ବ୍ଲକ୍ ଶାଖା ପକ୍ଷରୁ ଜିଲ୍ଲା ସଂଯୋଜକ ଚିନ୍ମୟ କର୍ଣ୍ଣ ଓ ଆଠମଲ୍ଲିକ ବ୍ଲକ୍ ସଂଯୋଜକ ଇଂ ଆଲୋକ ବେହେରାମାଳି ଙ୍କ ତତ୍ତ୍ଵାବଧାନରେ ଆଠମଲ୍ଲିକ ଟୁଇଟର ବଏ ରାଜନ୍ ସାହୁ, ବିଷ୍ଣୁ ପ୍ରସାଦ ଷଡ଼ଙ୍ଗୀ, ସମ୍ବିତ ମିଶ୍ର ଙ୍କ ନେତୃତ୍ୱରେ ଟୁଇଟର ଏକ୍ସକୁ ସରକାରଙ୍କ ପ୍ରତି ବିଭଗ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଉପଜିଲ୍ଲାପାଳ ଙ୍କ ଜରିଆରେ ଦାବୀ ପତ୍ର ଦେଇଛନ୍ତି।
ସାଧାରଣ ଲୋକଙ୍କ ଗୁହାରି ଶୁଣନ୍ତୁ ବିଭାଗୀୟ ଅଧିକାରୀ ଏବଂ ଏହାକୁ ନେଇ ମାସକୁ ଥରେ ସମୀକ୍ଷା ବୈଠକ ବସୁ ଟୁଇଟର ତଥା 'ଏକ୍ସ' କୁ ସରକାରୀ ବିଭାଗ ଗୁରୁତର ଦିଅନ୍ତୁ। ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ନିଶ୍ଚିନ୍ତ କରନ୍ତି ଏବଂ ଯେକୌଣସି ସମସ୍ୟା ସମାଧାନର ରିପୋର୍ଟ ସାର୍ବଜନୀକ କରାଯାଉ।