
ପୁରୁଷୋତ୍ତମପୁର ରେ ଡ୍ରାଇଭର ମାନଙ୍କ ପାଇଁ ମାଗଣା ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ !
ଗଞ୍ଜାମ ଜିଲ୍ଲା-୧୯/୭,ପୁରୁଷୋତ୍ତମପୁର ସହର ରେ ସ୍ଥାନୀୟ ଅଟୋ ଚାଳକ ସଂଘ (ଶ୍ରୀ ଶ୍ରୀ ମା କନ ଅଟୋମୋବାଇଲ ଆସୋସିଏସନ) ଦ୍ୱାରା ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା |ଏହି ଚକ୍ଷୁ ଚିକିତ୍ସା ଶିବିର ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ପ୍ରାଥମିକ ଚକ୍ଷୁ ପରୀକ୍ଷା କେନ୍ଦ୍ର ଦ୍ୱାରା ସ୍ଥାନୀୟ ଅଟୋ ଚାଳକ ସଂଘର ତତ୍ୱାବଧାନରେ ଆୟୋଜିତ କରାଯାଇଥିଲା |ଏହାର ଉଦ୍ଦେଶ୍ୟ ଥିଲା ଡ୍ରାଇଭର ମାନଙ୍କୁ ମାଗଣା ଚକ୍ଷୁ ପରୀକ୍ଷା ସୁପରାମର୍ଶ ଓ ଆବଶ୍ୟକ ସର୍ଜେରୀ ପାଇଁ ଚିହ୍ନଟ କରିବା ଏବଂ ଡ୍ରାଇଭର ମାନଙ୍କୁ ସୁସ୍ଥ ଆଖି ପାଇଁ କିଛି ପରାମର୍ଶ ଦିଆ ଯାଇଥିଲା ଯାହାକି ପ୍ରତିଦିନ ପରିଷ୍କାର ପାଣିରେ ଆଖି ଧୋଇବା, ଉପଯୁକ୍ତ ଚଷମା ର ନିୟମିତ ବ୍ୟବହାର କରିବା, ଧୁମ୍ର ପାନ ନ କରିବା ଏବଂ ଘରୋଇ ଉପଚାର ଯଥା କ୍ଷୀର, ମହୁ, ଗୋଲାପ ଜଳ ଇତ୍ୟାଦି କୁ ଆଖିରେ ବ୍ୟବହାର ନ କରିବା ଯଦି କାହାର ଆଖି ଜନିତ ସମସ୍ୟା ଅନୁଭବ ହୁଏ ତେବେ ତୁରନ୍ତ ଡାକ୍ତର ଙ୍କ ପରମର୍ଶ ନେବାକୁ ଉପଦେଶ ଦିଆଯାଇଥିଲା | ଏଥିରେ ଅଟୋ ଚାଳକ ସଂଘର ସଭାପତି ଶ୍ରୀ ସଞ୍ଜୟ କୁମାର ଗୌଡ଼, କାର୍ଯ୍ୟକାରୀ ସଭାପତି ଶ୍ରୀ ବାଲେଶ୍ୱର ରାଓ, ସମ୍ପାଦକ ଶ୍ରୀ ଉଧବ ବେହେରା,ସହ ସମ୍ପାଦକ ଜଗନ୍ନାଥ ପlତ୍ର, କୋଷାଧକ୍ଷ ଅରୁଣ କୁମାର ବେହେରା ଓ ଉପଦେଷ୍ଠା ଭାସ୍କର ବେହେରା ଏବଂ ଅମୁଲ୍ୟ ଦାଶ ସହ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ | ସେପଟେ ଶଙ୍କର ଚକ୍ଷୁ ଚିକତ୍ସାଲୟ ତରଫରୁ କ୍ୟାମ୍ପ ମ୍ୟାନେଜେର ଚିତ୍ରସେନ ଗୌଡ଼ ଏବଂ ଷ୍ଟାଫ ସାଗର ମହାନ୍ତି,ଦୀପକ କୁମାର ଦାଶ, ଗଣେଶ୍ୱର ସାହୁ,ଜଗନ୍ନାଥ ବିଶ୍ୱାଳ ଆଦି ଉପସ୍ଥିତ ରହି ସେବା ଯୋଗାଇଥିଲେ | ଏହି ସୁନ୍ଦର ପ୍ରୟାସ କୁ ଦେଖି ଡ୍ରାଇଭର ଭାଇ ମାନେ ବହୁତ ଖୁସି ହୋଇ ଥିବାର ଦେଖିବାକୁ ମିଳିଥିଲା |