ଦିଲ୍ଲୀ ପବ୍ଲିକ ସ୍କୁଲର ୪୩ତମ ପ୍ରତିଷ୍ଠା ଦିବସ
ଦାମନଯୋଡ଼ି,୧୮/୦୭:ନାଲକୋ ଟାଉନସିପ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ(ଡିପିଏସ)ର ୪୩ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି।ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାର ନୃତ୍ୟ ଗୀତ ମଧ୍ୟ ପରିବେଷଣ କରାଯାଇଥିଲା।ଡିପିଏସ ପରିଚାଳନା କମିଟି ସଦସ୍ୟ(ବିତ୍ତ) ତଥା ନାଲକୋ ସମୂହ ମହାପ୍ରବନ୍ଧକ ସଞ୍ଜୟ ଗୁପ୍ତା ଓ ପରିଚାଳନା କମିଟି ସଦସ୍ୟ(ପ୍ରଶାସନ)ତଥା ନାଲକୋ ସମୂହ ମହାପ୍ରବନ୍ଧକ ସୁଗାତୋ ଆନନ୍ଦ ବାସୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉତ୍ସବର ଆନୁଷ୍ଠାନିକ ଉଦଘାଟନ କରିଥିଲେ।ଅତିଥିଗଣ କୁନିକୁନି ପିଲାମାନଙ୍କୁ ଚକୋଲେଟ ଓ ଛୋଟଛୋଟ ଉପହାର ବାଣ୍ଟିଥିଲେ।ଡିପିଏସ ଭାରପ୍ରାପ୍ତ ଅଧ୍ୟକ୍ଷା ସୁଶ୍ରୀ ସୁଜାତା ପାଣିଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀଙ୍କ ସହିତ ପ୍ରଧାନଶିକ୍ଷକ ଏସ.ଏସ.ଗିରିଧର(ପ୍ରଶାସନ)ଉପସ୍ଥିତ ଥିଲେ।ଏହି ଅବସରରେ ବିଦ୍ୟାଳୟର ଭାରତ ସ୍କାଉଟ ଏବଂ ଗାଇଡ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜର ଓଡ଼ିଶା ରକ୍ତକେନ୍ଦ୍ର ଟିମ ଯୋଗଦେଇ ୭୨ୟୁନିଟ ରକ୍ତ ସଂଗ୍ରହ କରିଥିଲେ।ବରିଷ୍ଠ ଶିକ୍ଷକ ଏସ ପି ପାଇକରାୟ,ସ୍କାଉଟ ମାଷ୍ଟର ରଣବୀର ସିଂହ,ଗାଇଡ କ୍ୟାପଟେନ ସୁଜାତା ରାଉତ ଓ ଚିନ୍ତା ହୈମାବତୀ ଶିବିରର ନେତୃତ୍ୱ ନେଇଥିଲେ।