logo

ପୁରୁଷୋତ୍ତମପୁର ସହରରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ !

ଗଞ୍ଜାମ ଜିଲ୍ଲା-ପୁରୁଷୋତ୍ତମପୁର ସହରରେ ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟା ଶ୍ରୀ ବିଶଙ୍କ ସୁପରିକଳ୍ପିତ ହତ୍ୟାକାଣ୍ଡ ବିରୁଦ୍ଧରେ କଂଗ୍ରେସ ପାର୍ଟି ସମେତ କମ୍ୟୁନିଷ୍ଟ ପାର୍ଟି ଓ ଅନ୍ୟାନ୍ୟ ୭ଟି ରାଜନୈତିକ ଦଳ ତରଫରୁ ବନ୍ଦ ଡାକରା ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ପୁରୁଷୋତ୍ତମପୁର ରେ ୧୨ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି।କୌଣସି ସ୍ଥାନରେ ହିଂସାକାଣ୍ଡ ଘଟି ନଥିବା ଜଣାପଡିଛି।ପୁରୁଷୋତ୍ତମପୁର ବାସୀ ସ୍ୱତଃପ୍ରବୃତ୍ତ ଭାବେ ବନ୍ଦକୁ ସମର୍ଥନ ଜଣାଇ ସମସ୍ତ ପେଟ୍ରୋଲ ପମ୍ପ ଓ ଦୋକାନ ବଜାର ବନ୍ଦ ରଖିଥିଲେ।ବନ୍ଦ ଯୋଗୁଁ ବସ ଷ୍ଟାଣ୍ଡ ଓ ରାସ୍ତାଘାଟ ଖାଁ ଖାଁ ଲାଗୁଥିଲା। ଯାତ୍ରୀବାହୀ ବସ ଓ ଗାଡ଼ି ମଟର ଚଳାଚଳ ବନ୍ଦ ଥିବା ବେଳେ କେବଳ ଜରୁରୀକାଳୀନ ପରିସ୍ଥିତିରେ କେତେକ ଯାନବାହନ ଚଳାଚଳ କରୁଥିବା ଦେଖାଯାଇଛି।କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ନେତା ଏବଂ କର୍ମୀମାନେ ପୁରୁଷୋତ୍ତମପୁର ସହରର କାଳୀମନ୍ଦିର ଛକ ପ୍ରବେଶ ପଥ ଯଥା ହୁମା ଆସ୍କା ରୋଡ ଏବଂ ବ୍ରହ୍ମପୁର, ରୋଡ ବ୍ଲକ ଛକ,ତହସିଲ ଛକ ମାନଙ୍କରେ ପିକେଟିଂ କରିବା ସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ବନ୍ଦ କରିଥିଲେ।।ଆଜିର ଏହି ବନ୍ଦ ରେ ପୁରୁଷୋତ୍ତମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ଙ୍କ ନିର୍ଧେଶ ରେ ଥାନାଧିକାରୀ ରାଜେଶ କୁମାର ନାୟକ, ଏସଆଇ ଆଦିତ୍ୟ ନାରାୟଣ ପାତ୍ର,ଙ୍କ ସମେତ ବହୁ ପୋଲିସ କର୍ମଚାରୀ ସହରରେ ଯେପରି କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ତଦାରଖ କରୁଥିଲେ। ଏହାସହ ବିଜେପି ସରକାର ବିରୋଧରେ ନାରା ଦେଇ ସୌମ୍ୟାଶ୍ରୀଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନକରିବା ସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଏଥିରେ ବରିଷ୍ଠ ସିପିଆଇ ନେତା ବିପିନ ବିହାରୀ ପଟ୍ଟନାୟକ, ପ୍ରକାଶ ବେହେରା,ସିପିଆଏମ୍‌ ନେତା ବିନୋଦ କୁମାର ଗୌଡ଼, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ବେହେରା, ମନୋରଞ୍ଜନ ଦାଶ,ବିଧାୟକ ପ୍ରାର୍ଥୀ ଚିତ୍ରସେନ ବେହେରା, ଶୁଶାନ୍ତ ଗୌଡ଼ ପ୍ରମୁଖ ସାମିଲ ହୋଇଥିଲେ।

84
3391 views