ବଜ୍ରପାତରେ ଟଳିପଡିଲେ ଶାଶୁ ଓ ବୋହୁ
ବଜ୍ରପାତରେ ଚାଲିଗଲା ଶାଶୂ ଓ ବୋହୂଙ୍କ ଜୀବନ
କେନ୍ଦୁଝର(ଧ୍ୟାନକୃଷ୍ଣନାୟକ): ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଚବାହାଳ ଗ୍ରାମରେ ଘଟିଯାଇଛି ଅଘଟଣ। ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ଘଟି ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତାଦ୍ବୟ ସେହି ଗ୍ରାମର ଟେଣ୍ଟ ନାଏକଙ୍କ ସ୍ତ୍ରୀ ରୁକ୍ମିଣୀ ନାଏକ(୫୦) ଓ ବୋହୂ ଲବଣୀ ନାଏକ(୨୮) ବୋଲି ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଆଜି ବୁଧବାର ଅପରାହ୍ନ ସାଢେ ଗୋଟାଏ ସମୟରେ ଗାଁ ମୁଣ୍ଡରେ ଥିବା ନିଜ ବିଲରେ ଶାଶୂ ଓ ବୋହୂ କାମ କରୁଥିଲେ। ଏତିକି ବେଳେ ହଠାତ ବଜ୍ରପାତ ହୋଇଥିଲା। ଶାଶୁ ବୋହୁ ଦୁଇଜଣ ଯାକ ବିଲରେ ହିଁ ଟଳି ପଡ଼ିଥିଲେ।ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।