ବେଦ ପାଠଶାଳାରେ ବୃକ୍ଷ ରୋପଣ ଓ ବନ ମହୋତ୍ସବ ପାଳିତ
ଖୋର୍ଦ୍ଧା,୧୬/୭ : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳାରେ ବୃକ୍ଷ ରୋପଣ ଓ ବନ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି। ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ବେଦ ବିଭାଗ ଅଧ୍ୟକ୍ଷ ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ବୃକ୍ଷ ରୋପଣ ଓ ବନ ମହୋତ୍ସବର ସମାଜ ଏବଂ ବିଶ୍ବ ପ୍ରତି ଉପକାରିତା ବୈଦିକ ବ୍ୟାଖ୍ୟାନ ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କୁ ଉପଦେଶ ଦେଇଥିଲେ। ବେଦ ବିଦ୍ୟାଳୟ ର ଅଧ୍ୟକ୍ଷ ଡଃ କୃପାସିନ୍ଧୁ ପଣ୍ଡା, ପଣ୍ଡିତ ତପନ କୁମାର ମହାପାତ୍ର, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ସୀତାକାନ୍ତ ଦାଶ, ପଣ୍ଡିତ ବସନ୍ତ କୁମାର ପଣ୍ଡା ଓ ବେଦବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇଥିଲା।