logo

ବିଧାନ ସଭା ଉଚ୍ଚ ଶିକ୍ଷା ବିଭାଗ ଷ୍ଟାଣ୍ଡିଙ୍ଗ କମିଟିର ପୁରୁଷୋତ୍ତମପୁର ଗ୍ରସ୍ତ ସଫଳ !


ଗଞ୍ଜାମ ଜିଲ୍ଲା-ପୁରୁଷୋତ୍ତମପୁର-ଚତୁର୍ଥ ବିଧାନ ସଭା ଷ୍ଟାଣ୍ଡିଙ୍ଗ କମିଟି ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀ ଙ୍କୁ ଦର୍ଶନ କରି ପୁରୁଷୋତ୍ତମପୁର ଆସିବା ରାସ୍ତାରେ ଉଚ୍ଚ କତ୍ତୃପକ୍ଷ ଙ୍କ ନିର୍ଦ୍ଧେଶ କ୍ରମେ ତାରା ତାରିଣୀ କଲେଜ କୁ ନ ଯାଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ବୈଠକ କରି ବିଭାଗୀୟ ସମ୍ପର୍କିତ ଚତୁର୍ଥ ସ୍ଥାୟୀ କମିଟି ର ବୈଠକ ରେ ମାନ୍ୟବର ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଙ୍କ ସଭାପତିତ୍ୱ ରେ ଓଡ଼ିଶା ବିଧାନ ସଭାର ବିଭାଗୀୟ ସମ୍ବନ୍ଧୀୟ ସ୍ଥାୟୀ କମିଟି-ଚତୁର୍ଥ ତାରା ତାରିଣୀ କଲେଜର ଏକ ବୈଠକ କରିଥିଲେ। କମିଟିର ପ୍ରମୁଖ ସଦସ୍ୟମାନେ, ଯଥା ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ(ଖଲିକୋଟ ବିଧାୟକ ତଥା ଓଡିଶା ଶିକ୍ଷା କମିଟି ର ଅଧ୍ୟକ୍ଷ )ଶ୍ରୀ ଗଣେଶ୍ୱର ବେହେରା(ବିଧାୟକ କେନ୍ଦ୍ରାପଡ଼ା) ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଲ(ବିଧାୟକ ଦେବଗଡ଼)ଶ୍ରୀ ଅଖିଳ ଚନ୍ଦ୍ର ନାଏକ(ପାଟଣା କେନ୍ଦୁଝର ବିଧାୟକ) ଶ୍ରୀ ଜଲେନ ନାଏକ(ରାଇରଙ୍ଗପୁର ବିଧାୟକ) ଓଡ଼ିଶା ବିଧାନସଭାର ମାନ୍ୟବର ବିଧାୟକମାନେ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ। ଏହି ସଦସ୍ୟମାନେ କଲେଜ କର୍ତ୍ତୃପକ୍ଷ, କର୍ମଚାରୀ ଏବଂ କିଛି ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ସେମାନଙ୍କର ଚିନ୍ତା ଏବଂ ଉନ୍ନତି ପାଇଁ ପରାମର୍ଶ ଦେଇଥିଲେ | ବୈଠକରେ ଶିକ୍ଷାନୁଷ୍ଠାନର ବିକାଶ ସ୍ଥିତି, ଭିତ୍ତିଭୂମି ଆବଶ୍ୟକତା ଏବଂ ଶୈକ୍ଷିକ ପ୍ରଗତି ସମୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। କମିଟି ଉଚ୍ଚଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଗୁଣାତ୍ମକ ଶୈକ୍ଷିକ ସୁବିଧା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
କମିଟି ପ୍ରତିଷ୍ଠାନର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସମର୍ଥନର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ | ଏବଂ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ସ୍ଥାନୀୟ ପ୍ରଶାସନ ଏବଂ କଲେଜ ପରିଚାଳନାର ପ୍ରୟାସକୁ ସ୍ୱୀକାର କରିଥିଲେ।
ଏହି ଗସ୍ତ ଏକ ମିଳିତ ସମୀକ୍ଷା ଅଧିବେଶନ ସହିତ ଶେଷ ହୋଇଥିଲା ଯେଉଁଠାରେ ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ସୁପାରିଶ କରାଯାଇଥିଲା।ସେମାନେ ତାରା ତାରିଣୀ କଲେଜର ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ନାଥ ପଣ୍ଡାଙ୍କ ନେତୃତ୍ୱ ଏବଂ ପ୍ରଶାସନିକ କର୍ତୃପକ୍ଷ ଶ୍ରୀମତୀ ସନ୍ଧ୍ୟା ରାଣୀ ପାତ୍ରଙ୍କ ସକ୍ରିୟ ସମର୍ଥନକୁ ପ୍ରଶଂସା କରିଥିଲେ। ସହଯୋଗୀ ପ୍ରଶାସନିକ କର୍ତୃପକ୍ଷ ଡକ୍ଟର ପ୍ରଦୀପ କୁମାର ସାହୁ କଲେଜ ର ଛାତ୍ର ଛାତ୍ରୀ ମାନଙ୍କ ସଫଳତା ବିଷୟରେ ଷ୍ଟାଣ୍ଡିଙ୍ଗ କମିଟି କୁ ଜଣାଇଥିଲେ ପ୍ରତିଷ୍ଠାନ ଅଧିକାରୀ ଡକ୍ଟର ରମେଶ ଚନ୍ଦ୍ର ସେନାପତି ଏବଂ କଲେଜ ର ସମସ୍ତ କର୍ମଚାରୀଙ୍କ ସଚ୍ଚୋଟ ପ୍ରୟାସ ପାଇଁ ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ଶୁଭାଶିଷ ବରାଳ ସ୍ଥାନୀୟ ବିଡ଼ିଓ ଶ୍ରୀ ସରତ କୁମାର ପାତ୍ର,ତହସିଲଦାର ଶ୍ରୀ ବିନୋଦ କୁମାର ବେହେରା, ସ୍ଥାନୀୟ ବିଧ୍ୟାୟକ ପ୍ରତିନିଧି ଶ୍ରୀ ସୁଦର୍ଶନ ବେହେରା,ଏସ ଡି ପି ଓ ଶ୍ରୀ ସୁଜିତ କୁମାର ନାୟକ ଥାନା ଅଧିକାରୀ ଶ୍ରୀ ରାଜେଶ କୁମାର ନାୟକ ଏବଂ ଥାନାର ସମସ୍ତ ଷ୍ଟାଫ ତତ ସହିତ ଉଚ୍ଚଶିକ୍ଷା ବିଭାଗ ର ବରିଷ୍ଟ ଏବଂ କନିଷ୍ଟ ଅଧିକାରୀଙ୍କ ସହିତ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ |

274
5493 views