logo

ବାଟରେ ଛକି ଛକି ଚୋରି କରୁଥିବା ଆସାମୀ କୁ ଗିରଫ କଲା ପୋଲିସ ଗାଡ଼ି ।

ଅନୁଗୋଳ (କରୁଣାକର ନାୟକ) ୧୫/୭
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ରାଜିଙ୍ଗୀ ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାହୁ ତା ୮/୭/୨୫ ରିଖ ରେ କିଶୋର ନଗର କୁ ଯାଇଥିବା ମାନଜୋର ଡ୍ୟାମ ନିକଟସ୍ଥ ପୁରୁଣା ବଙ୍କୁଆଳ ବାଙ୍କ ରାସ୍ତା ପାର ହେବା ବେଳେ ତାଙ୍କ ଆଗପଟୁ ଦୁଇଜଣ ଅଜଣା ଯୁବକ ଗୋଟିଏ ପାସନ ପ୍ରୋ ମଟର ସାଇକେଲ ରେ ଆସି ଆଗରେ ଲଗାଇଦେଲେ l ଏହା ପରେ ତାଙ୍କର ପଛପଟୁ ନୂଆଁ ମଡେଲ କେ -୧୫ ମୋଟର ସାଇକେଲରେ ଆଉ ଦୁଇଜଣ ଅଜଣା ଯୁବକ ଆସି ପହଂଚି ଗୋବିନ୍ଦ ଚନ୍ଦ୍ର ସାହୁ ଙ୍କୁ ପିଟା ମରା କରି ବାଇକ ଚାବି ଓ ମୋବାଇଲ ଛଡ଼ାଇ ନେଲେ l ଏହା ପରେ ଗୋବିନ୍ଦ ଙ୍କୁ ଓ ତାଙ୍କ ସହିତ ଥିବା ଦିବାକର ଙ୍କୁ ଗୋଟିଏ ଗୋଟିଏ ପ୍ୟାକେଟ ଧରାଇ ସେମାନେ ଏଥିରେ ଗଞ୍ଜେଇ ଅଛି କହି ମୋବାଇଲ ରେ ଭିଡିଓ ରେକଡିଂ କରିଥିଲେ ଓ ଟଙ୍କା ନଦେଲେ ପୁଲିସ ଡ଼ାକି ଧରାଇ ଦେବେ କହି ଧମକ ଦେଇଥିଲେ l ଏହା ପରେ ସେ ପିନ୍ଧି ଥିବା ସ୍ମାର୍ଟ ହାତ ଘଡି, ତାଙ୍କ ପାଖରେ ଥିବା ୨୦.୦୦୦/ (କୋଡ଼ିଏ ହଜାର ଟଙ୍କା,), ଓ ଗୋବିନ୍ଦ ଙ୍କ ଫୋନ ପେ ରୁ ୫୦୦୦/ (ପାଞ୍ଚ ହଜାର) ଓ ତାଙ୍କ ସ୍ତ୍ରୀ ଫୋନ ପେ ରୁ ୯୦୦୦/ ନଅ (ହଜାର ଟଙ୍କା) କୁ ବଳ ପୂର୍ବକ ଟ୍ରାନସଫର କରି ନେଇଗଲେ l ଯା ଫଳରେ ଗୋବିନ୍ଦ ଚନ୍ଦ୍ର ସାହୁ ସେହିଠାରୁ ଫେରି ଆଠମଲ୍ଲିକ ଥାନା ରେ ଏକ ଅଭିଯୋଗ କଲେ ଆଠମଲ୍ଲିକ ଥାନା ଅଧିକାରୀ ଅଭିଯୋଗ କୁ ଭିତି କରି ତା ୯/୭/୨୫ ରିଖ କେସ ନଂ ୧୯୦ ରୁଜୁ କରି ଅଣ୍ଡର ସେକ୍ସନ -୩୦୯ (6) ବିଏନସ ଧାରା ଅନୁସାରେ ତଦନ୍ତ ଚଳାଇ ସାକ୍ଷୀ ଓ ପ୍ରମାଣ କୁ ଆଧାର କରି ଆଜି ତା ୧୫/୭/୨୫ ରିଖ ରେ ଅଭିଯୁକ୍ତ ତାରିଣୀ ପ୍ରସାଦ ବିଶ୍ଵାଳ, ବଳରାମ ସାହୁ, ଟୁକୁନା ବେହେରା ଓ ଆକାଶ ନାଏକ ଙ୍କୁ ଗିରିଫ କରାଗଲା l ଆସାମୀ ମାନଙ୍କ ଠାରୁ ଚୋରି ମୋବାଇଲ ୫ ଗୋଟି ସହିତ ସମସ୍ତ ଅଭିଯୁକ୍ତ ଙ୍କ ଠାରୁ ମୋଟ ୧୭୦୦ ଟଙ୍କା ଜବତ କରାଯିବା ସହ ଘଟଣା ସମୟରେ ବ୍ୟବହୃତ ହେଉଥିବା କେ -15 ମୋଟର ସାଇକେଲ ଟିକୁ ଜବତ କରି ଅଭିଯୁକ୍ତ ଙ୍କୁ ଆଜି ମାନ୍ୟବର SDJM ଆଠମଲ୍ଲିକ ଅଦାଲତ କୁ ପଠାଯାଇଛି l ଘଟଣା ତଦନ୍ତ ଜାରି ରହିଛି l

589
13243 views