logo

ମାଥାଲପୁଟରେ ଅଲଟ୍ରାସାଉଣ୍ଡ ସେବାର ଶୁଭାରମ୍ଭ

ଦାମନଯୋଡ଼ି,୧୫/୦୭:ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଅଲଟ୍ରାସାଉଣ୍ଡ ସେବାର ଶୁଭାରମ୍ଭ ହୋଇଯାଇଛି।ଏଥିରେ କୋରାପୁଟରୁ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡ଼ାଃ ନୀଳମାଧବ ଶତପଥି ଯୋଗଡେଇ ଏହାର ଆନୁଷ୍ଠାନିକ ଉଦଘାଟନ କରିଥିଲେ।ଜୟପୁର ସ୍ଥିତ ଜିଲ୍ଲା ସଦରମହକୁମା ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ାଃ ଅକ୍ଷୟ କୁମାର ରଥ ଯୋଗଦେଇ ୪୪ଜଣ ଗର୍ଭବତୀଙ୍କ ଅଲଟ୍ରାସାଉଣ୍ଡ ପରୀକ୍ଷା କରିଥିଲେ।ଏଡିପିଏଚଓ ଡ଼ାଃ ନୀଳମାଧବ ଶତପଥି ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ାଃ ଅକ୍ଷୟ କୁମାର ରଥ ନଡ଼ିଆ ଭାଙ୍ଗି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ପ୍ରତି ମଙ୍ଗଳବାରଦିନ ଗର୍ଭବତୀଙ୍କ ମାଗଣାରେ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯିବ।ଏହାଦ୍ବାରା ଜଟିଳ ସ୍ଥିତିରେ ଥିବା ଗର୍ଭବତୀଙ୍କ ସହଜ ଚିହ୍ନଟ ସହିତ ଉପଯୁକ୍ତ ପଦକ୍ଷେପ ପାଇଁ ଉଚ୍ଚତର କେନ୍ଦ୍ରକୁ ରେଫର କରାଯାଇ ମା ଓ ଗର୍ଭସ୍ଥ ଶିଶୁର ଉପଯୁକ୍ତ ଯତ୍ନ ନେଇହେବ ବୋଲି ଡ଼ାଃ ଶତପଥି କହିଛନ୍ତି।ଉଲ୍ଲେଖଯୋଗ୍ୟ ପୂର୍ବରୁ ଏଠାକାର ରୋଗୀ ଅଲଟ୍ରାସାଉଣ୍ଡ ସେବା ନିମନ୍ତେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଡ଼ାକ୍ତରଖାନା ଯାଉଥିଲେ।ଯିବା ଆସିବାରେ ଖର୍ଚ୍ଚାନ୍ତ ହେବା ସହିତ ବହୁ ସମୟ ଦେବାକୁ ମଧ୍ଯ ପଡ଼ୁଥିଲା। ତେଣୁ ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସେବା ଉପଲବ୍ଧ ହେବା ଫଳରେ ଲୋକଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି ଓ ଆସିଥିବା ବହୁ ରୋଗୀଙ୍କ ସମ୍ପର୍କୀୟ ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇଥିଲେ।
ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ସୁମନ କୁମାର ଟପ୍ନୋଙ୍କ ସହିତ ଡ଼ାଃ ଶିବ ପ୍ରସାଦ ସାହୁ ଓ ଡ଼ାଃ ସମ୍ବିତ କୁମାର ବଳ,ବିପିଏମ ନୂତନ ସିଂ,ପିଏଚଇଓ ବିଜୟ ଖିଲ,ସୁପରଭାଇଜର ମକର ଜାନି,ନର୍ସିଂ ଅଧିକାରିଣୀ ନିଳୀମା ତିର୍କୀ ଓ ଆଶାକର୍ମୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।

132
3149 views