logo

ନଦୀ ଭିତରୁ ଶବ ଉଦ୍ଧାର l


ଦାମନଯୋଡି :-ଦାମନଯୋଡି ନିକଟସ୍ଥ ଡ଼ୁମାଗୁଡା ଗ୍ରାମର ଜୟ ମଇରା (୫୩)ଙ୍କ ମୃତ ଦେହ ମରିଚମାଳ କେରାଣ୍ଡି ନଦୀରୁ ଗୁରୁବାର ସନ୍ଧ୍ୟା ରେ ଦାମନଯୋଡି ପୋଲିସ ଭାସୁଥିବା ଅବସ୍ଥାରେ ଉଦ୍ଧାର କରି ଶବ ବ୍ୟବଛେଦ ନିମନ୍ତେ କୋରାପୁଟ ପଠାଇଥିଲେ l ଶୁକ୍ରବାର ସକାଳେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କଲାପରେ ଶବ ଦାହ କରାଯାଇଥିଲା l ଖବର ନେବାରେ ଜଣାପଡିଛି ଯେ ଗତ ବୁଧବାର ଦିନ ସ୍ବର୍ଗତ ଗୁନ ମଇରାଙ୍କ ପୁଅ ଜୟ ମଇରା ସେମିଲିଗୁଡା ବ୍ଲକ ର ଦୁଧାରୀ ଗ୍ରାମକୁ ତାଙ୍କ ବନ୍ଧୁ ଘରକୁ ବୁଲିବାକୁ ଯାଇଥିଲେ l ସନ୍ଧ୍ୟା ସୁଦ୍ଧା ନ ଫେରିବାରୁ ତାଙ୍କ ସ୍ତ୍ରୀ ଭଗବତୀ ମଇରା ଦାମନଯୋଡି ଥାନାରେ ନିଖୋଜ ଏତଲା ଦେଇଥିଲେ l ସେହିଦିନ ଅପରାହ୍ନରେ କେରାଣ୍ଡି ନଦୀରେ ଶବ ଭାସୁଥିବା ଦେଖି ମରିଚମାଳ ଗ୍ରାମବାସୀ ଦାମନଯୋଡି ଥାନାକୁ ଖବର ଦେଇଥିଲେ l ପ୍ରବଳ ବର୍ଷା ରେ ଜୟ ନଦୀ ପାର ହେବା ସମୟରେ ଭାସିଯାଇ ମୃତ୍ୟ ବରଣ କରିଛନ୍ତି ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି l
ମୃତ ଜୟ ମଇରା ବହୁତ ଗରିବ ଏବଂ ଦାରିଦ୍ର ସୀମାରେଖା ତଳ ପରିବାର ହୋଇଥିବାରୁ ତାଙ୍କ ସ୍ତ୍ରୀଙ୍କୁ ବିଧବା ଭତ୍ତା ଏବଂ ଅନ୍ୟାନ ସରକାରୀ ସୁବିଧା ଯୋଗାଇବାକୁ ଗ୍ରାମବାସୀ ଙ୍କ ଅନୁରୋଧ l

37
2164 views