logo

ମା ବନଦୁର୍ଗା ଗୁରୁକୁଳମ୍ ଉଦଘାଟିତ

ଖୋର୍ଦ୍ଧା, ୯.୦୬.୨୫ : ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ମୁଖ୍ୟ ଅତିଥି ଶିକ୍ଷାବିତ୍ ବିଶ୍ବନାଥ ରଥଙ୍କ ଦ୍ଵାରା ମା ବନଦୁର୍ଗା ଗୁରୁକୁଳମ୍ ଉଦ୍ ଘାଟିତ ହୋଇଯାଇଛି । ଏହି ଅବସରରେ ସମ୍ମାନୀତ ଅତିଥି ଶିକ୍ଷାବିତ୍ ଚକ୍ରଧର ତ୍ରିପାଠୀଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ଅଧ୍ୟାପକ ଡଃ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ ଏବଂ ବେଦ ବିଦ୍ୟା ଅଧ୍ୟୟନ ଓ ବୈଦିକ ସଂସ୍କୃତି ପରମ୍ପରା ସୁରକ୍ଷା ଦ୍ବାରା ବିଶ୍ବର କଲ୍ୟାଣ, ଦେଶ ଓ ପରିବେଶର ସୁରକ୍ଷା, ସମାଜ ତଥା ବ୍ୟକ୍ତି ର ଶାରୀରିକ, ମାନସିକ, ଆଧ୍ୟାତ୍ମିକ, ଭୌତିକ ବିକାଶ ହୋଇଥାଏ ବୋଲି ଅତିଥିମାନେ ମତ ଦେଇଥିଲେ । ସୀତାକାନ୍ତ ଦାଶଙ୍କୁ ଅଧ୍ୟାପକ ରୂପେ ନିଯୁକ୍ତି କରାଗଲା। ଡଃ କୃପାସିନ୍ଧୁ ପଣ୍ଡା, ପଣ୍ଡିତ ତପନ କୁମାର ମହାପାତ୍ର, ବିଷ୍ଣୁପ୍ରୀୟା ପଟ୍ଟଯୋଷୀ, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ବସନ୍ତ କୁମାର ପଣ୍ଡା ସହଯୋଗ କରିଥିଲେ ଓ ବେଦ ବିଦ୍ୟାର୍ଥୀ ମାନେ ମନ୍ତ୍ର ଉଚ୍ଚାରଣ କରିଥିଲେ।।

49
937 views