logo

ଓଡିଶା ରାଜ୍ୟ ବିଜେପି ସଭାପତି ଭାବେ ଦାୟିତ୍ଵ ନେଲେ ମନମୋହନ ସାମଲ।

ଭୁବନେଶ୍ୱର:୦୭/୨୦୨୫: ଅଭିଜ୍ଞ ତଥା ଅନୁଭବୀ ମନମୋହନ ସାମଲ ହାତରେ ପୁଣି ରାଜ୍ୟ ସଭାପତି ଦାୟିତ୍ବ। ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ଭିତରେ ଉତ୍ସାହ ପରିଲକ୍ଷିତ ହେଉଛି। ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରି ଶ୍ରୀ ଯୁକ୍ତ ମନମୋହନ କହିଥିଲେ ଯେ ବିଜେପି ସରକାର ଓଡ଼ିଶା ରେ ଲମ୍ବା ଇନିଂସି ଖେଳିବ। ବିଜେପି ସରକାର ୨୦୩୬ରେ ବିକଶିତ ଓଡ଼ିଶା ଓ ୨୦୪୭ରେ ବିକଶିତ ଭାରତ ଦେଖିବ। ଆମେ ସମସ୍ତେ ମିଳମିଶି ଗୋଟାଏ ଟିମ୍ ହୋଇ କାର୍ଯ୍ୟ କରିବାକୁ ପଡିବ, ଦାୟିତ୍ବ ବଢ଼ିଛି, ଏବେ ଶୋଇବା ନାହିଁ କଠିନ ପରିଶ୍ରମ କରିବାକୁ ସେ ଆହ୍ଵାନ ଦେଇ ଥିଲେ। ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କୁ ସବୁ ଆଡୁ ଶୁଭେଚ୍ଛା ବାର୍ତ୍ତା ର ସୁଅ ଛୁଟୁଛି। ଦଳର ବରିଷ୍ଠ ନେତା ଗଣ, ଓଡ଼ିଶା ର ବିଜପି କାର୍ଯ୍ୟ କର୍ତ୍ତା ଗଣ, ମୁଖ୍ୟ ମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ , ମନ୍ତ୍ରୀମଣ୍ଡଳ ସମେତ ଅନେକ ସାଂସଦ ମଧ୍ୟ୍ୟ ଏହି ଅବସର ରେ ଶ୍ରୀ ସାମଲ ଙ୍କୁ ଶୁଭେଛା ସହ ଅଭିନନ୍ଦନ ଜଣାଇ ଥିଲେ।

19
2214 views