logo

ଜଗଦଳା ପୋଲ ଉପରେ ବର୍ଷାଜଳ ; ୨ ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ

କେନ୍ଦୁଝର (ଧ୍ୟାନକୃଷ୍ଣ ନାୟକ):ଲଗାଣ ବର୍ଷା ଯୋଗୁଁ ସଦର ବ୍ଲକ୍ ଅନ୍ତର୍ଗତ କଣ୍ଡରାପଶି ଠାରୁ ନଇଗାଁ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଜଗଦଳା ପୋଲ ଉପରେ ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡିଛି। ସାରା ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଉକ୍ତ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଦୁଇଟି ପଞ୍ଚାୟତ କଣ୍ଡରାପଶି ଏବଂ ପର୍ଜନପୁର ମୁଖ୍ୟାଳୟକୁ ଯୋଡ଼ୁଥିବା ରାସ୍ତାରେ ଯାତାୟାତ ଏକଦମ୍ ଠପ୍ ହୋଇପଡ଼ିଛି। ବର୍ଷାରେ କଣ୍ଡରାପଶି ଠାରୁ ନଇଗାଁ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ହୋଇପଡ଼ିଛି। ବଢ଼ିପାଣି ଯୋଗୁଁ ରାସ୍ତା ଧୋଇ ହୋଇଯାଇଥିବାରୁ ଜଗଦଳା ପୋଲ ନିକଟରେ ବିରାଟ ଗର୍ତ୍ତ ସୃଷ୍ଟିହୋଇ ଯାତାୟତ ଅନୁପଯୋଗୀ ହୋଇପଡିଛି।

18
729 views