logo

କିଶୋରନଗର ରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

ଆଠମଲ୍ଲିକ,(ଧନଞ୍ଜୟ ନାୟକ) ଆଠମଲ୍ଲିକ ଉପଖଣ୍ଡର କିଶୋରନଗର ବ୍ଲକ ସଭାଗୃହ ପରିସରରେ ଅନୁଗୁଳ ଜିଲ୍ଲାପାଳ ଅବ୍ଦାଲ ଏମ ଅଖତର ଙ୍କ ଦ୍ଵାରା ଏକ ମିଳିତ ଜନଶୁଣାଣୀ ଶିବିର ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସମୁଦାୟ ୩୧ ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ଗୋଷ୍ଠିଗତ ଅଭିଯୋଗ ସଂଖ୍ୟା ୪ , ବ୍ୟକ୍ତିଗତ ଅଭିଯୋଗ ୨୬, ଓ ରେଡକ୍ରସ ସହାୟତା ପାଇଁ ଗୋଟିଏ ଅଭିଯୋଗ ଆସିଥିଲା। ୩ ଜଣଙ୍କର ତ୍ୱରିତ ସମାଧାନ କରାଯାଇଥିଲା। ଜଣଙ୍କୁ ରେଡକ୍ରସ ତରଫରୁ ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ଙ୍କ ସମେତ ଅନୁଗୁଳ ଏସ୍ ପି ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ, ଉଦୟ କୁମାର ମହାପାତ୍ର, ସିଡ଼ିଓ ଦେବଦତ୍ତ ମହାନ୍ତ, ଆଠମଲ୍ଲିକ ଉପ ଜିଲ୍ଲାପାଳ ଉପେନ୍ଦ୍ର ଲୁହା, ଅତିରିକ୍ତ ଟ୍ରାନ୍ସପୋର୍ଟ ଅଧିକାରୀ ନିଖିଲ କୁମାର ପଟ୍ଟନାୟକ, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଗୌରୀ ଶଙ୍କର ବଳ, କିଶୋରନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର, ଖାଦ୍ୟ ଓ ଯୋଗାଣ ବିଭାଗ ଅଧିକାରୀ ଶ୍ରୀନିବାସ ସାହୁ, ଡିପିଓ ଚିନ୍ମୟୀ ସାମନ୍ତରାୟ, ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଟିପିସିଲ ମାନସ କୁମାର କର, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଅମରେଶ ସ୍ୱାଇଁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶୁଭେନ୍ଦୁ କୁମାର ଜେନା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀ ସୌରଭ ଦୀକ୍ଷିତ ଓ ରାସ୍ତା ଓ ଗୃହନିର୍ମାଣ ବିଭାଗର ପ୍ରତାପ ହରିପାଲ ଉପସ୍ଥିତ ଥିଲେ।

7
84 views